STORYMIRROR

Sanjya Tripathy

Others

3  

Sanjya Tripathy

Others

ଜୀବନ

ଜୀବନ

1 min
226

ଜୀବନ ସାର୍ଥକ ହୁଏ ସ୍ଥିତିସ୍ନାପକ ଭାବପ୍ରବଣତାରେ

ବାଳସୁଲଭ ଚପଳତାରେ

ତରଙ୍ଗାୟିତ ଜୀବନ- ସଂଗୀତରେ ।

ଜୀବନ ସାର୍ଥକ ହୁଏ: ନେତିବାଦୀ ଯାତନାର

ପରିଶମନରେ

କ୍ଲିଷ୍ଟ ଜୀବନଯାତ୍ରାର ସୁଗମ ପଥଚାରଣରେ

ଅସଂଭବ ଭିନ୍ନ ଏକ ଅଲଗା ଅବୋଲକରା

ଜୀବନ ସାର୍ଥକ ହୁଏ: ଅନୀତି, କୁନୀତି, ଦୁର୍ନୀତିର

ମୂଳୋତ୍ପାଟନରେ

ନୀତିଶିକ୍ଷା ଯୁକ୍ତ ପାଖ ଖସଡାର ପ୍ରଣୟନ ଓ

ପ୍ରବର୍ତ୍ତନରେ ପଦାର୍ପଣରେ

ଜୀବନ ସାର୍ଥକ ହୁଏ: ଅକ୍ଷତଯୌବନ ମୌସୁମୀର

ଧୀର, ଶଂକିତ

ମୌସୁମୀମନସ୍କା ପ୍ରଗଳଭା ପ୍ରିୟାର

ସଂର୍ପଣ ସମର୍ପଣରେ

ଚପଳା, ଚଳଚଚଞ୍ଚଳା ପୂର୍ଣ୍ଣଯୌବନା

ମୌସୁମୀର ପରିଯୋଜନା

ଜୀବନ ସାର୍ଥକ ହୁଏ: ମୂଲ୍ୟବୋଧଭିତ୍ତିକ

ପର୍ଯ୍ୟବେକ୍ଷଣ ଓ ନିରୂପଣରେ

ଯୌନଶିକ୍ଷା ଯୁକ୍ତ, ଭୟମୁକ୍ତ ବିଦ୍ୟାଳୟ

ବାତାବରଣରେ ସମର୍ଥ, 

ପ୍ରତିଶ୍ରୁତିବଦ୍ଧ ସମାଜର ଗଠନର

ସାର୍ଥକ ସ୍ୱପ୍ନରେ ।



Rate this content
Log in