STORYMIRROR

Amitav Sahu

Others

4  

Amitav Sahu

Others

ଜୀବନ

ଜୀବନ

1 min
423

ଜୀବନ କହିଲେ

ତୁମେ କହିଲ

ରକ୍ତ ମାଂସ ହାଡ଼ରେ ଗଠିତ ଶରୀର

ଯାହା ଜୀବିତ ଥିବ।


ସେମାନେ କହିଲେ

ଯେଉଁଠି ଖଣ୍ଡେ ରୁଟି ମୁଠେ ଭାତ ପାଇଁ

ଜୀବନକୁ ବିକିହୁଏ ଏତେ ଶସ୍ତାରେ

ପୋକମାଛି ପରି

ଜୀବନ ଜୀବନକୁ ମାରିପାରେ ସହଜରେ

ସେଠି ଜୀବନଟା ଗୋଟେ କ'ଣ ଯେ

ବଞ୍ଚି ପାରିଲେ ହେଲା ।


ଜୀବନଟା ପରା ପ୍ରାପ୍ତ ହୁଏ

ଖୁବ୍ କଷ୍ଟରେ।

ଯାହା ପାଇଁ ଲୋଡ଼ା ପଡେ

ଜପ ତପ ସାଧନା

ଦୟା କ୍ଷମା ପ୍ରାର୍ଥନା

ମୁକ୍ତିରୁ ମୋକ୍ଷ ଯାଏଁ !


ତେବେ

ସେମାନେ କେମିତି କହିପାରନ୍ତି

ଜୀବନକୁ ବୁଝିହୁଏ ସହଜରେ

ଯେଉଁଠି ମୁଁ ଜୀବନକୁ

ବୁଝିବାକୁ ଚେଷ୍ଟାକରି

ଅବୁଝା ରୁହେ ପ୍ରତି ମୁହୂର୍ତ୍ତରେ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍