STORYMIRROR

Ajay kumar Behera

Others

3  

Ajay kumar Behera

Others

ଜୀବନ

ଜୀବନ

1 min
301


ଜୀବନର ମାନେ ନୁହେଁ

ଖାଲି ବଞ୍ଚିବା

ନିଜେ ବଞ୍ଚି ପୁଣି ଅନ୍ୟ

ସୁଖ ଦେଖିବା।୧।


ଏଇତ ଜୀବନ ପୁରା

ରଙ୍ଗ ମଞ୍ଚରେ

ଏଇଠି କିଏ ସେ କେତେ 

ନାଟକ କରେ।୨।


ଜୀବନର ପଥ ଭାରି

ଜଟିଳ ଏଠି

ସବୁବେଳେ ଚଢାହୁଏ

ବିପଦ ଘାଟି।୩।


ଜୀବନ ଜୀବନ କହି

ଜୀଉଁଛି ଯିଏ

ବିପଦେ ଆପଦେ କେତେ

ସହୁଛି ସିଏ।୪।


ଅଢେଇ ଦିନ ଜୀବନ

କେତେ ସପନ

ଦେଖୁ ଦେଖୁ ଶେଷ ହୁଏ

ଆମ ଜୀବନ।୫।


ଜୀବନର ଡୋର ସେତ

କେଡ଼େ ଜଟିଳ

ଜୀବନକୁ ବୁଝୁ ବୁଝୁ

ସରେ ତ ବେଳ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍