STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଜୀବନ ଯୁଦ୍ଧର ନାଟକ ତତ୍ଵ !

ଜୀବନ ଯୁଦ୍ଧର ନାଟକ ତତ୍ଵ !

1 min
13.6K


ଜୀବନ ଯୁଦ୍ଧର ନାଟକ ତତ୍ଵ !

ପ୍ରକୃତିର ନିୟମ:ସୁଯୋଗ ମିଳେ ସମସ୍ତଙ୍କୁ, ବର୍ଷା ବୈଶାଳୀ ଆଣେ ମହାନଦୀରେ ବନ୍ୟା, ମିନ ଖାଏ କୀଟ, ବନ୍ୟା ଉପରାନ୍ତେ, କୀଟ ଖାଏ ମାଛ । (୧)

ନିର୍ଦ୍ଧିଷ୍ଟ ନୁହେଁ, କେଉଁ ଚରିତ୍ର ବଦଳେ ସ୍ଥାନ, କାଳ,ପାତ୍ର କୁ ନେଇ ଖେଳେ ସମୟ , ଜୀବନ ତ ଏକ ନାଟକ । (୨)

ସବୁ ସମସ୍ୟାର ସମାଧାନ ରହିଛି , ଦୁଇଟି ପ୍ରଶ୍ନ ମଧ୍ୟରେ ନିର୍ଭର ଗୋଟିଏ ସମସ୍ୟା , ତାର ସମାଧାନର ପନ୍ଥା ଓ ସଂଖ୍ୟା ନିର୍ଧାରଣ, ଅନ୍ୟଟି ଅପଚେଷ୍ଟା ଓ ପରିଣାମ ବିଫଳତା, ସମସ୍ୟା ନୁହେଁ ଅନ୍ତଃହୀନ କେବଳ ଜୀବନପଥର ଗୋଟିଏ ମୋଡ଼ । (୩)

ଜୀବନ ନାଟକ; ସଫଳକାମି ଦୁଇଟି ବ୍ୟକ୍ତିତ୍ୱ, ଜଣେ ପାଗଳ ଆଉ ଜଣେ ଅବାଧ୍ୟ ଶିଶୁ , ପାଗଳାମୀ ନିର୍ଧାରଣ କରେ ଲକ୍ଷ୍ୟ ଆଉ ଶିଶୁ ସୁଲଭ ଗୁଣ ସୁଯୋଗ ଦିଏ , ଅନୁଭବ କରିବାକୁ ଜୀବନ, ସଫଳତାର ମାପକାଠି ଏଠି କର୍ମ ଆଧାରିତ, ସିଡ଼ି ପରେ ସିଡ଼ି ଚଢ଼ିବାକୁ ହୁଏ ,ପ୍ରତି ସିଡିରେ ଥାଆନ୍ତି ,ଭଲ ଆଉ ମନ୍ଦ ବ୍ୟକ୍ତିତ୍ଵର ସମାହାର, ବାଛିବାର ସୁଯୋଗ ନିଜର ଏଠି ମିଳେନି ଲିଫ୍ଟ ଅବା ଏସକାଲେଟର,ଏ ଅଟେ, ""ଜୀବନ ଯୁଦ୍ଧର ନାଟକ ତତ୍ଵ "" । (ଶେଷ)

ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାମଗୁଣ୍ଡାହାଲ୍ଲୀ, ବାଙ୍ଗାଲୋର ତା-୧୪-୦୬-୧୬, ସଂଧ୍ୟା-୫ଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍