"ଜୀବନ ଯୁଦ୍ଧ"
"ଜୀବନ ଯୁଦ୍ଧ"
1 min
11.6K
ଯଦି କିଏ ପଚାରେ ଅଛି କେମିତି
ଉତ୍ତର ମୋର ଖାଲି ଏତକି
ଜଳୁଛି ମୁଁ ଜଳୁଛି ଆଉ ଜଳୁଛି
ପାଉ ନାହିଁ କୁଳ କିନାରା କିଛି
ଦହନେ ପରାଶେ ନାରଖାର ଆଜି
ପାଉଁଷ ଗଦାରେ ହୋଇଛି ଠିଆ
ସବୁତ ସରାଗ ଯାଇଛି ହଜି
ଅନ୍ତର ତଳେ କୁହୁଳେ ନିଆଁ
ଜୀବନର ଏହି କପଟ ପାଶାରେ
ଗୋଟିଗୋଟି କରି ଦେଇଛି ହାରି
ଯୁଆଡେ ଦେଖିଲେ ଆଖି ପାଉନାହିଁ
ଚାରିଆଡେ ଖାଲି ତତଲା ବାଲି
ଲଢୁଛି ଲଢୁଥିବି ଜୀବନର ପଥେ
ସତେ ଅବା ପ୍ରଜ୍ବଳିତ ବହ୍ନି
ନିର୍ବାପିତ ଶେଷ ଶିଖା ଯାଏ
ସଂଗ୍ରାମ ମୋ ଥିବ ଜାରି
ଭୀରୁ ନୁହେଁ କାପୁରୁଷ ନୁହେଁ
ପଛ ଘୁଞ୍ଚା ନାହିଁ ଜାତକେ
ଯେତେ ଆଶୁ ଝଡଝଞ୍ଜା ଆଶୁ ବିପଦ
ତୁଠପଥର ପଡିଥିବି ଜୀବନ ପଥେ
