STORYMIRROR

K. Nirmal

Others

2  

K. Nirmal

Others

ଜୀବନ ଯନ୍ତ୍ରଣା

ଜୀବନ ଯନ୍ତ୍ରଣା

1 min
2.5K


ଦୁଃଖ ବୁଝ ଆହେ କାଳିଆ ସାଆନ୍ତେ
ଶୂନ୍ୟ ଆଜି ହସ୍ତ ମୋର,
ଭିକ୍ଷା ବୃତ୍ତି କରି ଚଳୁଛି ସଂସାରେ
କିଏ ବା ଏଠି କାହାର ।

ଜୀବନ ଥାଇ ବି ଜୀବନ କି ନାହିଁ
ଲାଗୁଛି ଯେମିତି ସତେ,
କଷ୍ଟ ବେଳୁ ବେଳ ପ୍ରବଳୁ ପ୍ରବଳ
ଯନ୍ତ୍ରଣା ଲାଗୁଛି ମୋତେ ।

କେତେଦିନ ଆଉ ସହିବି ମୁଁ କଷ୍ଟ
କହିଦିଅ ମୁହଁ ଖୋଲି ,
ଶେଷ ସୋପାନରେ ଏ ଜୀବନ ମୋର
ଆଉ ନ ପାରଇ ଚାଲି।

ବୃଦ୍ଧ ବୟସ ମୋ ପାଖେଇ ଗଲାଣି
ଶେଷ ମୁହୂର୍ତ୍ତେ ମୁଁ ଆଜି,
କାଳ ଡାକୁଅଛି ହାତଠାରି ମୋତେ
ହାରିବି ଜୀବନ ବାଜି ।

◆କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
◆ ମୋବାଇଲ:- ୯୫୬୬୧୧୩୬୦୭
◆ Gmail:- nirmaln270@gmail.com


Rate this content
Log in