STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଜୀବନ ତିନିପୃଷ୍ଠାର ଛୋଟିଆ ବହିଟିଏ

ଜୀବନ ତିନିପୃଷ୍ଠାର ଛୋଟିଆ ବହିଟିଏ

1 min
404


ଜୀବନ କିଛିନୁହଁ,

ତିନିପୃଷ୍ଠାର ଛୋଟିଆ ବହିଟିଏ,

ଗୋଟିଏ, ଜନମର ହସ ଫୁଲକଢି ତ

ଗୋଟିଏ ମରଣର ଅଶ୍ରୁଭରା ପେଡି,

ଅନ୍ୟଟି,

ହସକାନ୍ଦର ଅଙ୍କାବଙ୍କା ନଈଟିଏ ।।


ଜୀବନ କିଛିନୁହଁ,

ତିନୋଟି ପୃଷ୍ଠାର ସଜ୍ଜା ସ୍ୱପ୍ନିଳ କାବ୍ୟଟିଏ,

ଗୋଟିଏ ଅତୀତର ସ୍ମୃତି ମୁଖଡା ତ

ଗୋଟିଏ ବର୍ତ୍ତମାନର ହୁଲି ଡଙ୍ଗା,

ଅନ୍ୟଟି,

ଆଶା ଭରସାର ଭବିଷ୍ୟ ସଂଜୀବନୀ

ପୁଣି ଚାକଚକ୍ୟ ଭରା କୁହୁକୀ ମହଲଟିଏ ।


ଜୀବନ କିଛିନୁହଁ,

ତିନି ପୃଷ୍ଠାର ରଚା 

କୌତୁକିଆ ମନଲୋଭା କାହାଣୀଟିଏ,

ଆରମ୍ଭଟା ଆକାଂକ୍ଷାର ପୂତ ବୈତରଣୀ ତ

ଅନ୍ତିମଟା ସଳଖ କୁନି ମାର୍ଗଟିଏ,

ଆଉ ମଧ୍ୟମାଟା,

ସତେ ଅବା ହସକାନ୍ଦ ଭରା ମଜକଥା

ପୁଣି ଛୋଟ ଚାଂଚଲ୍ୟକର ନାଟକଟିଏ।


ଜୀବନ କିଛି ନୁହଁ,

ତିନି ପୃଷ୍ଠାର ବନ୍ଧା ଅମୁଲ୍ୟ ପ୍ରବନ୍ଧଟିଏ

ଉପକ୍ରମ କ୍ରମବର୍ତ୍ତନର ଉତ୍ସ ତ

ଉପସଂହାର ଆସନ୍ନ ସୁକୁମାର ପୋଷ୍ୟପୁତ୍ର

ଆଉ ବର୍ଣ୍ଣନାଟା,

ରଂଗୀଳ ଆଚମ୍ବିତ ବର୍ଣ୍ଣାଳୀ

ପୁଣି ସପ୍ତରଙ୍ଗର ଚିକମିକ ଇନ୍ଦ୍ରଧନୁଟିଏ।


ଜୀବନ କିଛିନୁହଁ,

ତିନିପୃଷ୍ଠାର ଛୋଟ ସମ୍ବାଦଟିଏ,

ଅତୀତ ପୃଷ୍ଠାଟା ସିନା ଲିଖିତ ଅପରିବର୍ତ୍ତନୀୟ

ହେଲେ ଚାଲ ଲେଖିବା,

ବର୍ତ୍ତମାନର ତ୍ୟାଗ ନିଷ୍ଠା କର୍ମଠ କବିତା

ବିବେକର ଝର କଲମରେ,

ଆଙ୍କିବା, ଭବିଷ୍ୟତର ଭାଗ୍ୟ ମାନଚିତ୍ର 

ବିଶ୍ୱାସର ତୁଳୀରେ, 

ରଚିବା ସ୍ନେହ ପ୍ରେମ ପ୍ରୀତି ବନ୍ଧନର ଉପନ୍ୟାସ

ଆଶାର ଆଲୋକରେ,

ଆଉ ମାନବିକତାର ବି ଲେଖିବା,

 କୋହଭାରା ଓଦା ଓଦା ଅଭୁଲା ଆତ୍ମଜୀବନୀଟିଏ ।


Rate this content
Log in