STORYMIRROR

Sasmita Mohapatra

Others

3  

Sasmita Mohapatra

Others

ଜୀବନ ସୂତ୍ର

ଜୀବନ ସୂତ୍ର

1 min
979


ଜୀବନ ସୂତ୍ର

.....................

ଛନ୍ଦ---ଗୁଜ୍ଜରୀ ବା ନବାକ୍ଷରୀଵୃତ୍ତ


ମାଟିରୁ ସର୍ବେ ହେଲେ ଜାତ

ମାଟିରେ ଜୀବନର ଅନ୍ତ

ମରଣ ଭୟ ତଳେ ରହି

କୁବୁଦ୍ଧି ମାୟାରେ ପଡଇ

ନର,ଦାନବ,ଦେବ,ଯକ୍ଷ

"ମର୍ତ୍ତ୍ୟ "ମଣ୍ଡଳେ "ମୃତ୍ୟୁ "ସତ୍ୟ

ତଥାପି ସ୍ବାର୍ଥର କବଳେ

ନିଜକୁ "ମୃତ୍ୟୃଜୟୀ 'ଭାଳେ

ଅପତ୍ୟ, ବିତ୍ତ,ପ୍ରତିଷ୍ଠାର

ସ୍ବର୍ଗୀୟ ସୁଖ ମଣେ ନର

ପଦ,ପଦସ୍ଥ, ପ୍ରତିକ୍ଷଣେ

ନିମ୍ନଗାମୀ ଏ ଧରାଧାମେ

"ପାର୍ଥିବ" ସୁଖେ ମନଦେଇ

ଧରାକୁ ସରା ବି ମଣଇ

ଲକ୍ଷ ସାଧନେ ଦେଇ ମତି

ହାସଲ କରେ ପ୍ରତିପତ୍ତି

ତୋପ,ବାରୁଦ କହେ କଥା

ଧାରୁଆ ଖଣ୍ଡା କାଟେ ମଥା

ଆପଣା ରକ୍ତେ ଛୁଟେ ନଈ

ଅଧା ବୟସେ ଜଳେ "ଜୁଇ"

ବାପାର କାନ୍ଧେ ପୁଅ "ଶବ"

କଷଣ ,ଶୋକ,ଦୁଃଖ ଭୋଗ

କାହାରି ଲିଭଇ ସିନ୍ଦୁର

ସଂସାର ହୁଏ ନାରଖାର

'ଜୀବନ" ନୁହେଁ ରଣଭୂଇଁ

"ସ୍ବାର୍ଥ" ତ ନୁହେଁ "କାଳଜୟୀ"

"ମାନବତ୍ବ "ହିଁ ଶ୍ରେଷ୍ଠ ଧର୍ମ

ଲଭିବ ଜୀବନ ଉତ୍ତମ


ସସ୍ମିତା ମହାପାତ୍ର(ଲୀନା)

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍