STORYMIRROR

Durjyodhan Barik

Others

4  

Durjyodhan Barik

Others

ଜୀବନ ସଉଦା

ଜୀବନ ସଉଦା

1 min
201

ଜୀବନ ସଉଦା କରିବି ସାଆନ୍ତେ 

   ଶ୍ରୀକ୍ଷେତ୍ରେ ଆସିଛି ଧାଇଁ

ନୟନ ଲୋତକ   ଅବିରତ ବହେ

     ବଡ଼ଦାଣ୍ଡ ଯାଏ ଧୋଇ ।


ଜୀବନ ବିକିବି   ଆସି ଅଛି ପାଶେ

     ସହି କେତେ ଅସୁବିଧା

ପ୍ରଶାସନଙ୍କର    କେତେ କଟକଣା

    ମିଳୁଛି ଗୋଇଠା ବିଧା । 


ମୁଖେ ତୁଣ୍ଡି ଦେଇ  ବିକି ପାରୁ ନାହିଁ

      ସଉଦା ରହୁଛି ଅଧା

କ୍ଷତି ହେବ ନାହିଁ  କିଣି ନିଅ ପ୍ରଭୁ

     ଏତ ଜୀବନ ସଉଦା ।


କରୋନା ଭୁତାଣୁ  ଲେଉଟି ଆସିଛି

     ଶବ ପଡେ ଗଦା ଗଦା

ଟିଭି ପରଦାରେ  ସମାଚାର ପତ୍ରେ

     ଖବର ଆସୁଛି ସଦା ।


ଭୋକ ଉପାସରେ  ପରିବାର ମୋର

      କାଟୁଛନ୍ତି ତାଙ୍କ କାଳ

ଜଣା ନାହିଁ ମୋତେ   କେବେ ନେଇ ଯିବ

    ବାନ୍ଧି ତାଙ୍କୁ ମହାକାଳ ।


ମାନବ ଜଗତ    ଆଜି ଭୁପତିତ

    ଏ ସବୁ କରୋନା କାଳେ

ଏବେ କାହିଁ ପାଇଁ  ନିଦ୍ରିତ ରହିଛ

      ରଖି ସବୁ ଆଢ଼ୁଆଳେ।


ହେ ହାଟ ବେପାରୀ  ଦିଅ ହେ ଉଧାରୀ

     ରଖି ନେଇ ମୋତେ ବନ୍ଧା

ଜୀବନ ଟା ମୋର  ବିକ୍ରି କରି ଦେବି

     କର ‌ହେ ପ୍ରଭୁ ସଉଦା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍