STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଜୀବନ ସତ୍ୟ

ଜୀବନ ସତ୍ୟ

1 min
2.4K


ସୂରୁଜ କିରଣ ଦିଏ ପ୍ରଖରତା
ନାହିଁ ଆଉ ତାର ସଂଜୀବନୀ ସୁଧା
ଉତ୍ତାପରେ ତାପ ହୁଏ ବିଛୁରିତ
ପ୍ରାଣ ଯାଏ ଧିରେ ହୋଇ ପ୍ରାଣଦ୍ୟୁତ

ସକାଳ ସୂରଜ ଉତ୍ତାପ ଉରଜ
ଖୋଜୁଥାନ୍ତି ଯୁବା ହୋଇ ଉପଜୀବ
ନିଘା ନାହିଁ କାର ପ୍ରାତାରତୀ ଶଙ୍ଖ
ମନ୍ଦିର ଧ୍ବନିରେ ହେଲେଣି ବିମୁଖ

ମନ୍ଦିର ପ୍ରାଙ୍ଗଣୁ ଶୁଭୁଥାଏ ଯାହା
ମୁଚୁଳା ମଥାରୁ ମୁଞ୍ଚେ ଅସହାୟା
ପ୍ରଭାତ ର ଧ୍ବନି ଅମୃତ ଶବଦ
କହିବାକୁ ଖାଲି କବିତାର ପଦ
କୁଳ ଭୁଆସୁଣୀ ଚଉରାରେ ପାଣି
ବୋହୁ କହେ ଯୁଗ ବଦଳି ଗଲାଣି
ଧାଆନ୍ତିନି କେହି ଧରି ବହି ମୁଣି
ସ୍ମାର୍ଟ ଯୁଗ ଏବେ ଚମକେ ଚଳଣି

ପତ୍ନୀ ବାଢିଲାଣି ସ୍ଵାମୀକୁ ଆଦେଶ
ପୁତ୍ର ଶିଷ୍ଟାଚାର ଶିରରେ ସଦୃଶ
କନ୍ୟା ପାଖେ ଲଜ୍ଜା ଗଲାଣି ଉତୁରି
ସଂସ୍କାର ନାମରେ ଚାଲେ ଅନୁକାରି

ପୁରୁଷ ପ୍ରାଧାନ୍ୟ ରହିବନି ଜାଣି
ଅଚ୍ୟୁତ ମାଳିକା ଦେଇଗଲା ବାଣୀ
କଟୁତାରେ କଥା ଏକୁ ଆର ବଳୀ
ବଡ ସାନ ଭେଦ ଦେଉଥିବେ ଗିଳି

ପ୍ରଶାନ୍ତ କୁମାର ହୋତା 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍