STORYMIRROR

Chhabi rani Pati

Others

3  

Chhabi rani Pati

Others

ଜୀବନ ସାଥୀ

ଜୀବନ ସାଥୀ

1 min
232


ଭାବୁଚକି ମୋତେ   ଗୃହର ଆରକ୍ଷୀ

      ସେବିକା କିଅବା ଧାଈ !!

ହୃଦୟରୁ ଯଦି     ଅଲଗା କରିବ

      କିପରି ହୋଇବି ଛାଇ ??।


ନ'ଥିଲି ଯଦି ମୁଁ,    ପସନ୍ଦ ତୁମର

      କଲ କାହିଁ ପ୍ରହସନ !!

ବଞ୍ଚିତ ରଖିଲ  ସେନେହରୁ ମୋତେ

      ବଞ୍ଚିବି କିପରି ଧନ ??


ଜୀବନ ତ' ନୁହେଁ    ଦୁଇଟି ଦିନର

      ଯେନ ତେନ ସରିଯିବ !!

ବନ୍ଧୁ , ପରିବାର   ବିଦ୍ରୁପ ହସରେ

      ବଞ୍ଚିବାକୁ ମୋତେ ହବ ।


ଅବାଞ୍ଛିତ ସମୟ    ବାଛିଥିଲି କି'ମୁଁ

       ପ୍ରେମରେ ନିର୍ବାଣ ପାଇଁ !!

ସେ ପ୍ରେମ ବନ୍ଧନ   ଆସକ୍ତ ରହିତ

      ହେଲା କାହିଁ, ତୁମ ପାଇଁ ??।


ପାଗଳ ପରିକା    ସମୟ କାଟୁଚି

     ଜୀବନ ଯାଉନି ଜମା !!

ଫେରିଆସ ସାଥୀ   ସମ୍ପର୍କ ରଜ୍ଜୁକୁ

      ଅପସରି ଯାଉ ଅମା ।


ଯନ୍ତ୍ରଣାର ସ୍ୱର    କର୍ଣ୍ଣପାତ ହେଲେ

      ଦେଖିଯିବ, ଆସି ଥରେ !!

ନିଷ୍ପ୍ରଭ ଆଖିରେ   ଚାହିଁ ରହିଥିବି

      ଅସରିରି ହେବା ପରେ।।



Rate this content
Log in