STORYMIRROR

Parameswar Ojha

Others

3  

Parameswar Ojha

Others

ଜୀବନ ସାଥି

ଜୀବନ ସାଥି

1 min
466


ମୁଁ ଆଉ ମୁଁ ହୋଇ ନାହିଁ

ତୁମ ନାଁ ର ସିନ୍ଦୂର ସିନ୍ଥିରେ ଭରିବା ପରେ

ମୁଁ ନିସ୍ବ ହୋଇ ଯାଇଛି


ମୋ ଦେହ ମୋ ମନ ମୋ ପ୍ରାଣ 

ସବୁ ତୁମର


ମୋ କର୍ମ ମୋ ଧର୍ମ ମୋ ପୂଣ୍ୟ 

ସବୁ ତୁମର 


ମୋ ନିଃଶ୍ବାସ ମୋ ପ୍ରଶ୍ବାସ ମୋ ବିଶ୍ବାସ

ସବୁ ତୁମର


ଆଖି ଖୋଲିବା ଠାରୁ ଆଖି ବୁଜିବା ଯାଏଁ

ସବୁ ଭାବନା ତୁମକୁ ସମର୍ପିତ


ଏ ଏରୁଣ୍ଡିବନ୍ଧ ଡେଇଁବା ପରେ ନୁହଁ

ଡେଇଁବା ପୂର୍ବରୁ ହିଁ ତୁମକୁ

ମୋ ହର୍ତ୍ତା କର୍ତ୍ତା ବିଧାତା

ମାନି ନେଇଛି


ଏ ଜନମେ ମୋର ଆଉ

କିଛି ବଡ ଆଶା ନାହିଁ


କି ଲୋଭ ରଖିବି 

ଆଉ କ'ଣ ଦରକାର ଯେ

ତୁମକୁ ପା ଏ ଜନମେ 

ଜୀବନ ସାଥି ରୂପେ ପାଇଛି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍