Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଜୀବନ ରସରେ ପ୍ରେମ

ଜୀବନ ରସରେ ପ୍ରେମ

1 min
7.1K


ଜୀବନ ରସରେ ପ୍ରେମର କଲ୍ଲୋଳ

କରେ ଯିଏ ସିନା ଜାଣିଛି

ଅପ୍ରେମ ରସରେ ରାଗ ଋଷା ରୂପ

ଜୀବନ ଜୀବେଷ ଦେଖୁଛି ।

ପ୍ରେମର ପରଶ ଶୃଙ୍ଗାରକୁ ସିନା

ଜିହୀର୍ଷୁ ଯୁବକ ଯୁବତୀ

ବାକି ଯେତେ ପ୍ରେମ ଜଗତ କଲ୍ୟାଣ

କହିଲେ କଣାଦ କଟୁକ୍ତି ।

ପିତାଠାରେ ପ୍ରେମ ପୁତ୍ରର ଭକତି

ପୁତ୍ର ଠାରେ ପ୍ରେମ ପ୍ରତୀତି

ପ୍ରତ୍ୟାଶା ଭକତି ପ୍ରେମ ପ୍ରତ୍ୟର୍ପିତ

ଯଥା ସ୍ଵାନ ମନ ପ୍ରବୃତ୍ତି ।

ମାତାଠାରେ ପ୍ରେମ ସନ୍ତାନ ସ୍ନେହର

ସନ୍ତାନକୁ ମାତା ମାଧବୀ

ପ୍ରେମର ମାନକ ତୁଟିଯାଏ ଯଦି

ମାନବ ମନେ ମତଲବୀ ।

ପ୍ରେମ ଏକ ଭାବ ଅନ୍ୟକୁ ପ୍ରକାଶ

ନଦେଖେ ହାନି ଲାଭ କ୍ଷତି

ପ୍ରେମ ଏକ ପୂଜା ପୂଜାରୀ ପ୍ରେମକ

ଆଶ୍ରା ନିର୍ବିକାର ନିବୃତ୍ତି ।

ବନ୍ଧୁ ବାନ୍ଧବଠୁ ଭାଇ ଭଗ୍ନୀ ଆଦି

ସଚରାଚର ଏ ଜଗତ

ପ୍ରେମ ପରିବୃତ୍ତ ନିସ୍ଵାର୍ଥ ସେବିତ

ପ୍ରେମରେ ପୀୟୂଷ ପୁରିତ ।

ଦୁଇ ଦିନ ଅଟେ ଅଳୀକ ଜୀବନ

ପ୍ରେମରେ ବାନ୍ଧିବା ଜଗତ

ପ୍ରେମ ନୁହେଁ ଧନ ପ୍ରେମ ଏକ ଧାମ

ପ୍ରେମ ଦିଏ ମାନ ମ଼ହତ ।

ପ୍ରଶାନ୍ତ କୁମାର ହୋତା


Rate this content
Log in