STORYMIRROR

ସନାତନ ଦାସ

Others

4  

ସନାତନ ଦାସ

Others

ଜୀବନ ର ରୂପ

ଜୀବନ ର ରୂପ

1 min
202

ଜୀବନର ଅନ୍ୟ ନାମ ଦୁନିଆଁ,

ଦୁଇ ନିଆଁ ର ଜୀବନ,


ଗୋଟେ ଏନ୍ତୁଡ଼ି ଶାଳର ନିଆଁ,

ଆଉ ଗୋଟେ ଜୁଇ ର ନିଆଁ....


ଗୋଟେ ରେ ଜୀବନ ଆରମ୍ଭ,

ଗୋଟେ ରେ ଶେଷ,,,,,


ଗୋଟେରେ ବିନା କାନ୍ଧରେ ଆଗମନ,

ଶେଷରେ ଚାରି କାନ୍ଧରେ ଗମନ...।


ଆଶ୍ଚର୍ଯ୍ୟ ଲଗିଲେ ବି ସତ

ଏ ଦୁଇ ଦିନର ଜୀବନ,

ଦୁଇ ବୁନ୍ଦାର ଜୀବନ,


ମାଆ କ୍ଷୀରରେ ଆରମ୍ଭ,

ଗଙ୍ଗା ଜଳ ରେ ଶେଷ....।


Rate this content
Log in