STORYMIRROR

puspanjali das

Others

3  

puspanjali das

Others

ଜୀବନ ର ରଙ୍ଗ

ଜୀବନ ର ରଙ୍ଗ

1 min
326


ଇନ୍ଦ୍ରଧନୁର ସପ୍ତରଙ୍ଗ ପରି

         ଜୀବନରେ ରଙ୍ଗ ଆସେ

ପ୍ରେମର ରଙ୍ଗ ଜୀବନେ ଭରିଲେ

          ଚଉଦିଗ ଖାଲି ହସେ

ଲଜ୍ଜାର ରଙ୍ଗ ବୋଳି ହୋଇଗଲେ

          ଆଖିପତା ନଇଁ ଆସେ

ପ୍ରତୀକ୍ଷାର ରଙ୍ଗ ମନ ଆଵୋରିଲେ

          ସମୟଟା ଜମା ନ ଖସେ

ପ୍ରତାରଣା ରଙ୍ଗ ଯେବେ ଦେଖାଦିଏ

          କ୍ରୋଧାଗ୍ନିର ଜ୍ୱାଳା ଆସେ

ବେଦନାର ରଙ୍ଗେ ଭିଜିଲେ ହୃଦୟ

          ଆଖିରେ ତ ଲୁହ ଭାଷେ

ଉଛ୍ୱାସର ରଙ୍ଗ ଛୁଇଁ ଗଲେ ଥରେ

          ଆଖିରେ ଚମକ ଆସେ

ହେଲେ ବନ୍ଧୁତାର ରଙ୍ଗ,ଜୀବନେ ଆସିଲେ

          ସବୁ ରଙ୍ଗକୁ ସେ,ସାଉଁଟି ଯେ ନିଏ

ବୟସଟା ଖସେ,ସମୟଟା ହସେ,

          ଜୀବନଟା ଯାହା ସରସ ସୁନ୍ଦର ଦିଶେ...।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍