ଜୀବନ ର ରଙ୍ଗ
ଜୀବନ ର ରଙ୍ଗ
1 min
322
ଇନ୍ଦ୍ରଧନୁର ସପ୍ତରଙ୍ଗ ପରି
ଜୀବନରେ ରଙ୍ଗ ଆସେ
ପ୍ରେମର ରଙ୍ଗ ଜୀବନେ ଭରିଲେ
ଚଉଦିଗ ଖାଲି ହସେ
ଲଜ୍ଜାର ରଙ୍ଗ ବୋଳି ହୋଇଗଲେ
ଆଖିପତା ନଇଁ ଆସେ
ପ୍ରତୀକ୍ଷାର ରଙ୍ଗ ମନ ଆଵୋରିଲେ
ସମୟଟା ଜମା ନ ଖସେ
ପ୍ରତାରଣା ରଙ୍ଗ ଯେବେ ଦେଖାଦିଏ
କ୍ରୋଧାଗ୍ନିର ଜ୍ୱାଳା ଆସେ
ବେଦନାର ରଙ୍ଗେ ଭିଜିଲେ ହୃଦୟ
ଆଖିରେ ତ ଲୁହ ଭାଷେ
ଉଛ୍ୱାସର ରଙ୍ଗ ଛୁଇଁ ଗଲେ ଥରେ
ଆଖିରେ ଚମକ ଆସେ
ହେଲେ ବନ୍ଧୁତାର ରଙ୍ଗ,ଜୀବନେ ଆସିଲେ
ସବୁ ରଙ୍ଗକୁ ସେ,ସାଉଁଟି ଯେ ନିଏ
ବୟସଟା ଖସେ,ସମୟଟା ହସେ,
ଜୀବନଟା ଯାହା ସରସ ସୁନ୍ଦର ଦିଶେ...।
