STORYMIRROR

Niranjan Sahu

Others

3  

Niranjan Sahu

Others

ଜୀବନ ର ମାନେ

ଜୀବନ ର ମାନେ

1 min
123

ଇଛା ନାହିଁ ଯଦି ସୁଖରୁ ତୁମର      

କାହାକୁ ଟିକିଏ ଦେବାକୁ

ଆଶା କରନାହିଁ ତୁମ ବିପଦରେ

ଜଣେ ହେଲେ ଛିଡା ହେବାକୁ


ସାହାଯ୍ୟର ହାତ ବଢ଼େଇଥିଲେ ତ

ନିଶ୍ଚୟ ସାହାଯ୍ୟ ପାଇବୁ

ଦେଇଥିଲେ ପାଇ ବୁଣିଥିଲେ ଦାଇ

ଏ କଥା କୁ ମନେରଖିବୁ


ସାହାଯ୍ୟ କରିଲେ ସାହାଯ୍ୟ ମିଳିବ

ଏତ ସଂସାର ର ନିୟମ

ସଂସାର ରେ ରହି ନିୟମ ମାନିବା

ଏତ ମାନବିକ ଧର୍ମ


ଏଇ ସଂସାର ରେ ଚଳିବାକୁ ହେଲେ

ସଂସାର ନିୟମ ମାନିବୁ

ଆଗତ ବିଗତ ସବୁ ମନେରଖି

ଏଇ ସଂସାର ରେ ଚଳିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍