ଜୀବନ ର ମାନେ
ଜୀବନ ର ମାନେ
1 min
115
ଇଛା ନାହିଁ ଯଦି ସୁଖରୁ ତୁମର
କାହାକୁ ଟିକିଏ ଦେବାକୁ
ଆଶା କରନାହିଁ ତୁମ ବିପଦରେ
ଜଣେ ହେଲେ ଛିଡା ହେବାକୁ
ସାହାଯ୍ୟର ହାତ ବଢ଼େଇଥିଲେ ତ
ନିଶ୍ଚୟ ସାହାଯ୍ୟ ପାଇବୁ
ଦେଇଥିଲେ ପାଇ ବୁଣିଥିଲେ ଦାଇ
ଏ କଥା କୁ ମନେରଖିବୁ
ସାହାଯ୍ୟ କରିଲେ ସାହାଯ୍ୟ ମିଳିବ
ଏତ ସଂସାର ର ନିୟମ
ସଂସାର ରେ ରହି ନିୟମ ମାନିବା
ଏତ ମାନବିକ ଧର୍ମ
ଏଇ ସଂସାର ରେ ଚଳିବାକୁ ହେଲେ
ସଂସାର ନିୟମ ମାନିବୁ
ଆଗତ ବିଗତ ସବୁ ମନେରଖି
ଏଇ ସଂସାର ରେ ଚଳିବୁ
