STORYMIRROR

MADHU MITA

Others

3  

MADHU MITA

Others

ଜୀବନ ପୁସ୍ତିକା

ଜୀବନ ପୁସ୍ତିକା

1 min
118


ଲେଖା ଅଛି ଏଠି ଅନୁଭୂତିର ବିସ୍ତୀର୍ଣ୍ଣ ଇତିହାସ

ପୁଣି ଅଛି କିଛିଆଶା ଉଦ୍ଦୀପନା ଓ ବିଶ୍ୱାସ


ପରିବାର ସମାଜର ବ୍ୟାପକ ଅର୍ଥନୀତି ଅଛି

ଘର ସଂସାର ସମ୍ବନ୍ଧ ର ଭୂଗୋଳ ବି ଲେଖା ଅଛି


ଲାଭ କ୍ଷତିର ଅଙ୍କ ବି ଏଇଠି କଷା ଯାଇଛି

ନଭ ଭୂମି ପାଣି ପବନ ବି ସୁଚାରେ ଖଞ୍ଜା ଯାଇଛି


ମଣିଷ ଚିହ୍ନିବା ମନକୁ ପଢ଼ିବା ମନସ୍ତତ୍ତ୍ୱ ନିହିତ ଅଛି

ମନ ଶରୀର ପରମାତ୍ମା ଆଉ ଆତ୍ମା ରସାୟନ ବି ଅଛି


ଆତ୍ମତତ୍ତ୍ଵସୂକ୍ଷ୍ମ ଦିଗଦର୍ଶନ ଆଉ ବହୁ ରହସ୍ୟ ରହିଛି

ନିତ୍ୟ ନୂତନ କିଛି ପୁରାତନ ଗୀତି କଥା ବି ଅଛି


ଜୀବନ ପୃଷ୍ଠା ପୁରୁଣା ହେଲେ ନୂଆ ଲେଖା ଲିପିବଦ୍ଧ ହୁଏ

ଚିରି ଗଲେ କିଛି ସ୍ମୃତି ନୂଆ ଅନୁଭୂତି ତାର ସ୍ଥାନ ନେଇ ଯାଏ


ତଥାପି ଭବିଷ୍ୟ ଅପହଞ୍ଚ ପୃଷ୍ଠାଅସମ୍ଭବ ତା ପଠନ

ଜୀବନ ପୁସ୍ତିକାଚୟନରେ ନୁହେଁ କର୍ତ୍ତବ୍ୟେ ହୁଏ ଗଠନ


ଜଳିବା ପୂର୍ବରୁ ଉପଯୁକ୍ତ ହୋଇ ଆଦର୍ଶ ପାଥେୟ କରି

ଜୀବନ ପୁସ୍ତିକା ସାଇତି ରଖିବା ଲକ୍ଷ୍ୟ ହେଉ ସବୁରି



Rate this content
Log in