STORYMIRROR

Kalyani Nanda

Others

4  

Kalyani Nanda

Others

ଜୀବନ ପଥ

ଜୀବନ ପଥ

1 min
269

ଜୀବନ ପଥ ଅଟେ ବଡ଼ ବନ୍ଧୁର,

କଠିନ ଜୀବନ ଯାତ୍ରା, ନୁହେଁ ସହଜ,

ଏକା ଏକା ଚାଲୁଥାଏ ବାଟ ପଥିକ,

ଚାଲୁଚାଲୁ ଥକି ପଡେ ହୋଇ ପଥଶ୍ରାନ୍ତ।


ଜୀବନ ବହି ଚାଲେ ସରିତା ସମ,

ମଣିଷ ଜୀବନ ଯେ ଶୁଷ୍କ ପତ୍ର ସମ,

ତରୁ ଶାଖାରୁ ଝଡି ହୁଏ ଭୂପତିତ,

ନିମିଷକେ ନଦୀ ସ୍ରୋତେ ହୁଏ ବିଲୀନ।


ଏ ଜୀବନ ପଥେ କେତେ ଯେ ପଥିକ,

କିଏ ହୁଏ ବନ୍ଧୁ ଅବା କିଏ ଆତ୍ମୀୟ ସ୍ବଜନ,‌

ଜୀବ ଥିବା ଯାଏ ସଭିଏଁ ହୁଅନ୍ତି ନିଜର,

ଘଟୁ ଜୀବ ଗଲେ ଛାଡି, କିଏ ବା ହୁଏ କାହାର?


କ୍ଷଣିକ ଜୀବନ ଏ ପାଣି ଫୋଟକା ସମ,

ରେ ଆତ୍ମନ,ବିଭୁ ପଦେ ସଦା ରଖିଥାଅ ରେ ଲୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍