STORYMIRROR

Debabrata Barik Debunu

Others

4  

Debabrata Barik Debunu

Others

ଜୀବନ ପରୀକ୍ଷା

ଜୀବନ ପରୀକ୍ଷା

1 min
269

*ଜୀବନ ପରୀକ୍ଷା*


ଜୀବନ ସହିତ ସଂଘର୍ଷ କରୁଛି

ପ୍ରଭୁ ଏବେ ସୁଦ୍ଧା ନିଅ ପରୀକ୍ଷା

ଜାଣିନି ଜୀବନ ଆଉ କେତେ ଦିନ

ମତେ ମରଣ କରିଛି ଅପେକ୍ଷା...


ଅଧା ବାଟେ ମୋ ସଂସାରର କୁ ଛାଡି

ଯଦି ନେଇଯାଅ ମତେ

ଦୁଃଖ କରିବିନି ଜୀବନରେ କେବେ

ଅବଶୋଶ ରହିବ ଅଧେ


ନୁହ ମୁଁ ଅଭିନ୍ନ,ଅଙ୍ଗ ଅଚଳ

ଚିହ୍ନ ସ୍ବରୂପ ଅଖା ଜୀବନ

ରକ୍ଷା କର ବୋଲି କହିବିନି କେବେ

ଆସି ନେଇ ଯାଉ ଜମ ମୋ ପ୍ରାଣ


ହାତ ନାହିଁ ତୋର ହେ କଳା ଠାକୁର

ହେଲେ ଚଳାଉଛୁ ସାରା ସଂସାର

ମୋ ପାଇଁ କାଇଁ ଏତେ ନିଷ୍ଟୁର

କରୁ ମତେ ବଡ଼ ହତାଦାର


ଷାଠିଏ ପଉଟି ଖାଉଚୁ ବସି ତୁ

ତୋ ସେ ଶ୍ରୀ ମନ୍ଦିରେ

ମୁଁ ଖାଇଲେ ପଖାଳ ରେ ଲୁଣ

ସେତକ ଛଡ଼େଇ ନେଉରେ


ମନର ଦୁଃଖକୁ ପ୍ରକାଶ କରେନା

ଦେଖେନା ପଛ କୁ ଚାହିଁ

ପ୍ରାର୍ଥନା କରୁଛି ତୁମକୁ ମାଧବ

କଷ୍ଟ ଆଉ ଦିଅ ନାହିଁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍