STORYMIRROR

Indrabadal Mohanty

Others

4  

Indrabadal Mohanty

Others

ଜୀବନ ଓ ସଂଘର୍ଷ

ଜୀବନ ଓ ସଂଘର୍ଷ

1 min
172

ସଂଘର୍ଷତ ସବୁଠି ପ୍ରତ୍ୟେକ କ୍ଷଣ

ରହିଛି ଏ ଜୀବନରେ,


ସଂଘର୍ଷ ଯେତେ ବି ବଡ ହେଉ ନା କାହିଁ

ନିଜର କେହି ପାସେ ଥିଲେ ତାର ମହତ୍ତ୍ୱ ସର୍ବଦା ପଛରେ।


ଅଜଣା ରାସ୍ତାରେ ଚାଲୁ ଚାଲୁ

ଅନେକ ଦୁଖଃ କଷ୍ଟ ସହିବାକୁ ପଡିଥାଏ,


ନିଜର କେହି ପାଖରେଥିଲେ ଦୁଖଃ ଠାରୁ

ଆମେ ସବୁ ଥାଉ ବହୁ ଆଗରେ।


ସତ୍ୟତା ପଛରେ ଦୌଡୁ ଦୌଡୁ କେତେବେଳେ ଯେ

ଏ ମଣିଷ ସଂଘର୍ଷ କରି ବି ହାରିଯାଏ,


ସତ୍ୟତାକୁ ମିଥ୍ୟା ନଭାବି ନିଜର କେହି

ବିଶ୍ୱାସର ସ୍ରୋତରେ ଭାସିଗଲେ ଅନୁଭୂତି ସୀମାଟପି ଯାଏ।


ସଂଗ୍ରାମକୁ ସାଥି କରି କିଛି ଅତୀତ ଆଜି

ଏହି କ୍ଷଣି ଭୁଲିବାକୁ ବାଧ୍ୟ ହେଉଛି,


ପୁଣି ଅନ୍ତହୀନ ଅତୀତର ପୂର୍ଣ୍ଣଛେଦକୁ ଆଜି କିଏ

ପଞ୍ଜୀକୃତ କରିବାକୁ ସୁଯୋଗ ପାଇଛି।


କିଛି ବର୍ତ୍ତମାନକୁ ଜିତିବାକୁ ସଂଘର୍ଷ ଜାରି ରଖି

କିଏ ଆଜି ପାଷାଣ ପାଲଟିଛି,


କାହା ଖୁସି ପାଇଁ ଆଜି ନିଜକୁ ନିଜେ ବର୍ତ୍ତମାନରେ

ଲୁଚାଇବା ଆରମ୍ଭ କରିଦେଇଛି।


ନିଃଶବ୍ଦ ହୋଇ ଧୀରେଧୀରେ

ନୂଆ ଏକ ସକାଳକୁ ଅପେକ୍ଷା କିଏ କରିଛି,


ପୁଣି କାହା ଭବିଷ୍ୟତ ପାଇଁ ଆଜି ହସି ହସି

ଏକାଏକା ଜୀବନ ସଂଗ୍ରାମ ସହ ହାତ ମିଳାଇଛି।


ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ଦ୍ଵନ୍ଦର ପସା ପାଳିରେ

କିଏ ଆଜି ସଂଘର୍ଷ ସହ ଝୁମିଝୁମି ଚାଲୁଛି,


ତଥାପି ଖୁସିର ସମୟର ବିନ୍ଧାଣି ସାଜିବାକୁ ଚେଷ୍ଟା କରି

ହାରଜିତିର ସୀମାରେଖାରେ ଠିଆ ହୋଇ ସଂଘର୍ଷ ଜାରି ରଖିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍