STORYMIRROR

Suresh chandra Padhy

Others

4  

Suresh chandra Padhy

Others

ଜୀବନ ନଇ

ଜୀବନ ନଇ

1 min
385

ଜୀବନ ନଈ ଯାଉଛି ବହି

ଜୀବନ ଅଙ୍କା ବଙ୍କା ଯାଉଛି କହି

ଜୀବନ ନଈ କଷ୍ଟ ଯାଉଛି ସହି

ଜୀବନ ନଈ ସଭିଙ୍କୁ ନେଉଛି ମୋହି


ଜୀବନ ନଈ ଆସିଛି ଧରାକୁ

ନିଜ ପାଇଁ ନୁହେଁ ଦେଖୁଛି ଅନ୍ୟକୁ

ଜୀବନ ନଈ ସେ ଯାଉଛି ଆଗକୁ

ଡରି ଯାଏ ନାହିଁ କେବେ ଝଡ଼ ବତାସକୁ


ଜୀବନ ନଈ କେବେ ଚାହେଁନା ପଛକୁ

ସ୍ମୃତି କରି ରଖେ ସେ ସବୁ ଅତୀତକୁ

ଜୀବନ ନଈ କେବେ ବୁଝିଛି ନିଜକୁ

ସଂସାର ମିଛ ମାୟା ଦୋଷ ଦିଏନି କାହାକୁ


ଜୀବନ ନଈ ଧରାକୁ ଛୁଇଁଛି

ବର୍ଷା ହେଉ ଖରା ହେଉ ସବୁ ସହୁଛି

ଜୀବନ ନଈ କେବେ ଉଛୁଳି ଯାଉଛି

ଟିକିଏ ଦୁଃଖ ପାଇଲେ ବିବ୍ରତ ହେଉଛି


ଜୀବନ ନଈରେ ଆସ ସଭିଙ୍କୁ ମିଶାଇ ଦେବା

ନିଜେ ଭିଜିବା ହଜିବା ଅନ୍ୟକୁ ସୁଖ ବାଣ୍ଟିବା

ଜୀବନ ନଈ ଯେଉଁ ଦିନ ଜ୍ଞାନ ସାଗରକୁ ପାଇବ

ନିଜର ଅସ୍ତିତ୍ୱକୁ ଭୁଲି ସେ ମାୟାରୁ ମୁକ୍ତ ହେବ



Rate this content
Log in