Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Others

3  

Prajna Paramita Mohanty

Others

ଜୀବନ :କେତେ ସତ, କେତେ ଶଠ

ଜୀବନ :କେତେ ସତ, କେତେ ଶଠ

1 min
283


ସମାନ୍ତରାଳ ଜୀବନ ଆଉ ତାର ଦୃଷ୍ଟିଭଙ୍ଗୀ

କେବେ ଏକା ଏକା, କେବେ ସାଥେ ସଙ୍ଗୀ |


କେବେ ଅଶାନ୍ତ ମରୁଝଡ, କେବେ ଶାନ୍ତ ବେଳାଭୂମି

କେବେ ଖୁବ ପାଖା ପାଖି, କେବେ ଦିଗନ୍ତ କ୍ରମି |


କେବେ ପୂର୍ଣ୍ଣ ଅନୁଭବ, କେବେ ଅବଶୋଷ,

କେବେ ଭୟ ଉଦ୍ରେକକାରୀ, କେବେ ସେ ସାହସ | 

 

କେବେ ନିଦାଘର ଧୂ ଧୂ ଟାଣସିଆ ଖରା,

ତ କେବେ ବର୍ଷାର ଢୁ ଢୁ ଅବାରିତ ଧାରା |


କେବେ ଉଆଁସୀ-ପୂର୍ଣ୍ଣମୀ ରାତିର ଜହ୍ନ  

କେବେ ଉଦାସ ଅପରାହ୍ନର ଏକଲାପଣ |


କେବେ କାଳଚକ୍ରରେ ଭବିଷ୍ୟତ ସ୍ଵପ୍ନ ଭଗ୍ନ  

କେବେ ଭାବନାର ଖିଆଲି ରାଜ୍ୟରେ ମଗ୍ନ |


ଜୀବନ ! କେତେ ସତ ?...ଅବା କେତେ ଶଠ?

କେତେ ଯାତ୍ରା ଆଉ କେତେ ତା'ର ପଥ ?


Rate this content
Log in