STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଜୀବନ ଜୁଇ

ଜୀବନ ଜୁଇ

1 min
3.2K



ଜୀବନ ଜୁଇରେ ଦୁଇଟି ନାମ

ଗୋଟେ ହରିନାମ

ଗୋଟେ ରାମନାମ,

ଭବ ସାଗରରୁ ପାରିହେବ ବାବୁ

କର ସତନାମ

ଧର ସତନାମ ॥

ଜୀବନଟା ଏମିତିକା ବହିଲା ନଈ

ଦୁଇକୂଳ ଖାଇ ସେ ଯେ ଯାଏରେ ବହି

ପ୍ରାଣ ଠାକୁର ମୋର

ମୋତେ ପାରି କର,

ତୁମ ବିନା ସାହା ମୋର କେହିତ ନାହିଁ

ଅଥଳ ସାଗରୁ ପାରି କର ଗୋସାଇଁ

ବୋଲ ହରିନାମ ବୋଲ ରାମନାମ

ଜୀବନ ଜୁଇରେ ଦୁଇଟି ନାମ

ଗୋଟେ ହରିନାମ

ଗୋଟେ ରାମନାମ ॥

ମାଆ କୋଳେ ଯେବେ ମୁହିଁ ଜନମ ନେଲି

ବାପାର ସେନାହେ ମୁହିଁ ବଡ ହୋଇଲି

ପ୍ରାଣ ଠାକୁର ମୋର

ବାରେ ସୁଦୟା କର,

ଘର ହେଉ ଶ୍ରୀମନ୍ଦିର ସରଗପୁର

ସେ ଘରେ ଜନମ ନିଏ ମୁଁ ବାରମ୍ବାର

ବୋଲ ହରିନାମ

ବୋଲ ରାମନାମ...

କର ସତନାମ

ଧର ସତନାମ..

ଜୀବନ ଜୁଇରେ ଦୁଇଟି ନାମ

ଗୋଟେ ହରିନାମ

ଗୋଟେ ରାମନାମ ॥


ନାରାୟଣ ଚନ୍ଦ୍ର ସେନାପତି

ଜିଲ୍ଲା-କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍