STORYMIRROR

Kalyani Nanda

Others

3  

Kalyani Nanda

Others

ଜୀବନ ଜୀଇଁବା କଣ ଏତେ ସହଜ

ଜୀବନ ଜୀଇଁବା କଣ ଏତେ ସହଜ

1 min
133


ପ୍ରତିଟି ମୁହୂର୍ତ୍ତ, ପ୍ରତି ପଦକ୍ଷେପ ,

ସଂଘର୍ଷର କ୍ଷଣ, ସଂଘର୍ଷର ପଥ ,

ଜୀବନ ଜୀଇଁବା କଣ ଏତେ ସହଜ ?

ଲକ୍ଷ୍ଯ ପ୍ରାପ୍ତି କଣ ଏତେ ସହଜ ?


ଜନ୍ମରୁ ମୃତ୍ଯୁ ଯାଏ ପ୍ରତିଟି ଜୀବନ ,

ସଂଘର୍ଷର ହାତ ଧରି ଜୀବନ ପଥେ ,

ଚାଲିବା ଶିଖେ, ଲଢିବା ଶିଖେ ,

ହସ, ଖୁସିର କ୍ଷଣିକ ପ୍ରାପ୍ତିରେ ,

ହଜି ଯାଏ ମଣିଷ, ଭୁଲିଯାଏ ତା ଉଦ୍ଦେଶ୍ଯ,

ଅଭିମାନର ସ୍ପର୍ଶରେ, ଶ୍ରେଷ୍ଠତ୍ବର ନିଶାରେ,

ଭୁଲିଯାଏ ଆଗତ ଯନ୍ତ୍ରଣା ଆଉ ଦୁଃଖ, କଷ୍ଟ,

ସମୟର ଆଗାମୀ ଆଘାତ ପ୍ରତି ଅନଭିଜ୍ଞ,

ତାକୁ ପୁଣି ଥରେ ସଂଘର୍ଷ ପଥରେ ,

ଅବତରିତ ହେବାକୁ ପଡେ ,

ସଫଳତା କଣ ଏତେ ସହଜରେ ମିଳେ ?


ସହିଷ୍ଣୁତା , ଧୈର୍ଯ୍ୟର ପରାକାଷ୍ଠା, ଅନବରତ ଉଦ୍ୟମ,

ସବୁ କିଛି ଆୟତ୍ତ କରିବାକୁ ପଡେ ,

ଗୋଲାପର ମହକ ପାଇବାକୁ ହେଲେ,

କଣ୍ଟକର ଆଘାତ ସହିବାକୁ ପଡେ,

ସଂଘର୍ଷ କରିବାକୁ ପଡେ,

ପ୍ରତିଟି ଯନ୍ତ୍ରଣା, କଷ୍ଟର ସମ୍ମୁଖୀନ ହେବାକୁ ପଡେ,

ତୁମେ ବି ଜାଣିଛ, ମୁଁ, ସେ, ସେମାନେ,

ସଭିଏଁ ଜାଣନ୍ତି ଜୀବନ ହିଁ ସଂଘର୍ଷ,

ଆଉ ସଂଘର୍ଷ ହିଁ ଜୀବନ ,

ଜୀବନର ପଥେ ଚାଲିବା କି ଏତେ ସହଜ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍