STORYMIRROR

Alhadini Panigrahi dash

Others

5.0  

Alhadini Panigrahi dash

Others

ଜୀବନ ଗଣିତ

ଜୀବନ ଗଣିତ

1 min
1.0K


ଜୀବନ ଆରମ୍ଭ ହୁଏ ...

ଜନନୀ ର ନିଭ୍ରୁତ ଜଠରେ ...

ଅନ୍ତୁଡି ଶାଳରେ ଶୁଭେ ..

ଜୀବନ ର ପ୍ରଥମ ଶବଦ କୁଆଁ କୁଆଁ ସ୍ବର ...॥


ମାଟି ଖିଆ ..ଧୁଳି ଖେଳ ..

କୈଶର ଓ ମହୁ ବର୍ଷା ଯୌବନ କୁ ଡେଇଁ ...

ଏ ଜୀବନ ନିଏ ଦିନେ ଯଷ୍ଟି ର ଆଶ୍ରୟ ...॥


ଏଇ ତ ଜୀବନ ...॥


ଏମିତି ତ...

ଗଡିଚାଲେ ଜୀବନ ...

ତାଳ ଦେଇ ସମୟ ସହିତ ..

କେତେବେଳେ କଣ୍ଟା ପୁଣି କେତେବେଳେ ଫୁଲ ...॥


ଦୁନିଆଁ କୁ ଚିହ୍ନିବାର ପ୍ରଚେଷ୍ଟା ରେ ..

ସଭିଙ୍କୁ ଆପଣା ର କରୁ କରୁ ...

ବଢିଯାଏ ବୟସ ...,

ଆଉ.........

ଜିଇଁ ବାର କଳା ଶିଖୁ ଶିଖୁ ....

କଟିଯାଏ ଆୟୁଷ ...॥


ଜୀବନ ର ହିସାବ ଖାତା ରେ ...

ଉତ୍ତର ଟା ଭୁଲ୍ ହୋଇ ଯାଏ ...

ନିଜ ପାପ- ପୂଣ୍ୟ ର ଅଙ୍କ କଷୁ କଷୁ ...॥


ଜୀବନ ର ଅପରାହ୍ନ ଲାଗେ ରଙ୍ଗ ହୀନ ..ସଙ୍ଗ ହୀନ ..॥

ବୁଢିଆଣୀ ଜାଲ ରେ ଛନ୍ଦି ହେଲା ପରି ..

ରୁନ୍ଧି ହୁଏ ନିଶ୍ବାସ ...

ନିଜର ସବୁଠୁ ବିଶ୍ଵସ୍ତ ସାଥୀ ...

ନିଶ୍ବାସ ବି ଧୋକା ଦିଏ ଜୀବନ ସହିତ ...॥


ଘୋଟିଆସେ କାଳରାତ୍ରୀ ..

ଶରୀର ଟା ହୁଏ ଶେଷେ ମୁଠାଏ ପାଉଁଶ ..॥


ଏଇ ତ ଜୀବନ ..

.ଏଇ ତ ଜୀବନ ..॥

*****************

ଆହ୍ଲାଦିନୀ ପାଣିଗ୍ରାହୀ ଦାଶ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍