STORYMIRROR

padmaja pati

Others

3  

padmaja pati

Others

ଜୀବନ ଏକ ସଂଘର୍ଷ

ଜୀବନ ଏକ ସଂଘର୍ଷ

1 min
291

ଯେତେ ଜୀବ ଜନମିଛି ଏ ସଂସାରେ

ବଞ୍ଚାଇବାକୁ ନିଜକୁ

ନିଜ ଜାତି କିମ୍ବା ଅନ୍ୟ ଜାତି ସହ

ଲଢ଼ିବାକୁ ପଡେ ତାକୁ l

ଖାଇବା ଦରବ ଦେଖିଲେ କୁକୁର,

ବିଲେଇ କରନ୍ତି କଳି

କୁଆ ଖୁମ୍ପାଖୁମ୍ପି ଷଣ୍ଢର ଲଢେଇ

ଦେଖିବା ଭଳି କି ଭଳି l

ମାଛକୁ ଦେଖିଲେ ମାଛରଙ୍କା ଜଳେ

ବୁଡ଼ଇ ଧରିବା ପାଇଁ

ବାଘ ମିରିଗର ନାଟ ଦେଖି ଦେଖି

ବିଲୁଆ ମାରଇ ହାଇ l

ଯେତେ ଝଡ଼, ବାତ୍ୟା ଆସୁ ଏ ସଂସାରେ

ସହିବାକୁ ପଡେ ତାକୁ

ସବୁ ଜୀବଜନ୍ତୁ ଧରନ୍ତି ପରାଣ

ସମ୍ଭାଳି ରଖି ନିଜକୁ l

ଅଚଳ, ଅଟଳ ରଖିଛି ନିଜକୁ

ଝଡ଼ଝଞ୍ଜା ସହି ସହି

ଜାଣିଛି ଜୀବନ ଜିଣିଛି ସଂଘର୍ଷ

ଏଇ ସଂସାରରେ ସେହି l


Rate this content
Log in