STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଜୀବନ ଦୋଳି

ଜୀବନ ଦୋଳି

1 min
379

ଜୀବନ ଦୋଳିରେ ଜୀବନ ଦୋଳି

କେତେ ଦିନ ଆଉ ରହିବୁ ଝୁଲି।୧


ପାଚିଲା ପତର ପରିକା ହୋଇ

କେବେ ଝଡି଼ଯିବୁ ପାରିବୁ କହି?୨


ତଥାପି ନିଇତି ଖେଳୁଛୁ ଦୋଳି

ମନ ମନ୍ଦିରରେ ସୌନ୍ଦର୍ଯ୍ୟ ବୋଳି।୩


ତୋର ପରି କିଏ ଅଛି ହେ କୁହ

ପଡୁଥାଉ ପଛେ ଅନନ୍ତ ଲୁହ।୪


ଜଗତ କଲ୍ୟାଣ କରି ବସୁଛୁ

ବିଶ୍ୱ ହିତେ ମନ ବଳାଉ ଅଛୁ।୫


ଭାରି ତନୁମନ ଉଚ୍ଛନ୍ନ ହୁଏ

ଈଶ୍ୱରଙ୍କ ପାଖେ କି ଭାବ ଥାଏ?୬


ଆସୁଛି ପାର୍ବଣ ସଂସାର ହାଟେ

ଦେହ ଓ ମନରେ ନ ଦେଇ ଚୋଟେ।୭


ବସି ଦୋଳି ଖେଳୁଥାଆ ନିତିକି

ଈଶ୍ୱର ସହିତ ଭାବ ଥୋଇକି।୮


ହେ ଜୀବନ ଦୋଳି ଘେନ ପ୍ରଣାମ

ମୋର କିନ୍ତୁ ସଦା କାହିଁକି ଭ୍ରମ।୯


ଜୀବନ ଦୋଳିରେ ଜୀବନ ଦୋଳି

ସାତ ରଙ୍ଗ ଦେହେ ଦେଏରେ ବୋଳି।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍