STORYMIRROR

Sabita Sukla

Others

3  

Sabita Sukla

Others

ଜୀବନ ଡଙ୍ଗା

ଜୀବନ ଡଙ୍ଗା

1 min
195

ଜୀବନ ଡଙ୍ଗା ଭାସି ଭାସି ଯାଏ

ମୋର ନାବିକ ଇଚ୍ଛାରେ,

ଅତଳ ତରଙ୍ଗ ପାରି କରିଦେବ

ଡରିବିନି ବତାସରେ।1।


ବିଭୁ ଉପହାର ଜୀବନ ମୋହର

ହସ ବାଣ୍ଟୁଥିବି ସଦା,

ରାଗ,ଅସୂୟା ଦୂରେଇଦିଅ

ନ ଆସୁ ମନେ ମୋ କଦା।2।


ସେନେହ ଶରଦ୍ଧା ହୃଦୟରେ ଦିଅ

ନ ମଣିବି କାରେ ପର,

ସମସ୍ତେ ମୋହର ଆତ୍ମୀୟ ସ୍ୱଜନ

ସମସ୍ତେ ମୋ ଆପଣାର।3।


ତୁମେ ମହାଦାତା ମୁଁ ଅଟେ ଗ୍ରହୀତା

ଜନ୍ମଜନ୍ମାନ୍ତର ପାଇଁ,

ତୁମେ ଦେଉଥିବ ମୁଁ ନେଉଥିବି

ଭରସା କରିଛି ସାଇଁ।4।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ