ଜୀବନ ଡଙ୍ଗା
ଜୀବନ ଡଙ୍ଗା
1 min
192
ଜୀବନ ଡଙ୍ଗା ଭାସି ଭାସି ଯାଏ
ମୋର ନାବିକ ଇଚ୍ଛାରେ,
ଅତଳ ତରଙ୍ଗ ପାରି କରିଦେବ
ଡରିବିନି ବତାସରେ।1।
ବିଭୁ ଉପହାର ଜୀବନ ମୋହର
ହସ ବାଣ୍ଟୁଥିବି ସଦା,
ରାଗ,ଅସୂୟା ଦୂରେଇଦିଅ
ନ ଆସୁ ମନେ ମୋ କଦା।2।
ସେନେହ ଶରଦ୍ଧା ହୃଦୟରେ ଦିଅ
ନ ମଣିବି କାରେ ପର,
ସମସ୍ତେ ମୋହର ଆତ୍ମୀୟ ସ୍ୱଜନ
ସମସ୍ତେ ମୋ ଆପଣାର।3।
ତୁମେ ମହାଦାତା ମୁଁ ଅଟେ ଗ୍ରହୀତା
ଜନ୍ମଜନ୍ମାନ୍ତର ପାଇଁ,
ତୁମେ ଦେଉଥିବ ମୁଁ ନେଉଥିବି
ଭରସା କରିଛି ସାଇଁ।4।
