STORYMIRROR

DR PRASANTA KUMAR BISWAL

Others

3  

DR PRASANTA KUMAR BISWAL

Others

ଜୀବନ ଦୌଡ

ଜୀବନ ଦୌଡ

1 min
470


ଏଠି ସ୍ବପ୍ନ ଭାଙ୍ଗେ 

ମହାବାତ୍ୟାର ତାଣ୍ଡବଲୀଳାରେ,

ଆଶା ଯେତେ ଭୂଲୁଣ୍ଠିତ

ନିଷ୍ଠୁର ଶ୍ରାବଣ ଅବା ଲଘୁଚାପରେ,

ମାନବିକତା ବି ଅସ୍ତିତ୍ବ ହରାଏ 

ମହାମାରୀର ଆଁ ଭିତରେ,

ଏଠି ସବୁ ଆତ୍ମୀୟ ଅଚିହ୍ନା ଲାଗନ୍ତି 

ସ୍ବାର୍ଥର ପ୍ରଲୁବ୍ଧ ଜିହ୍ବାରେ। 

ସମୟଟା ଆଜି ଅନ୍ତଃସତ୍ବା 

ଅନ୍ୟାୟ, ଅସତ୍ୟ,ପାପର ପ୍ରଣୟରେ ।

ପାଣି ଠୁ ପବନ 

ଜୀବିକା ଠୁ ଜୀବନ,

ସବୁ ପ୍ରଦୂଷିତ,ପ୍ରବାହିତ 

ପ୍ରତିଟି ଧମନୀରେ ।

ଦୟା,କ୍ଷମା,ସ୍ନେହ ,ପ୍ରେମ,

ଯେତେସବୁ ସ୍ଵର୍ଗୀୟ ଗୁଣ 

ଲୀନ ସବୁ ସଭ୍ୟର ଖୋଳପା ଭିତରେ।

ନିଜ ଜୀବନ ଏଠି ଅଣଆୟତ୍ତ

ମାତ୍ର ସଭିଙ୍କୁ କରିବା ଲାଗି କବଳିତ, 

ମୁଁ"କାର ବାଦରେ,

ଅବା ଆତ୍ମ ବିଜ୍ଞାପନରେ ପ୍ରଧାବିତ ।

ଦୁଇଦିନିଆ କୁଣିଆ ଏ ପାନ୍ଥଶାଳାରେ,

ତଥାପି ଦୌଡୁଥାଏ ସେ ଅବିରତ

ବିସ୍ତାରବାଦୀ ନୀତିରେ ।


Rate this content
Log in