STORYMIRROR

Bijaya kumar panda

Others

3  

Bijaya kumar panda

Others

ଜୀବନ ଚକ୍ରରେ ପଦ୍ମ ପାଖୁଡ଼ାରେ ଯୋଗ ଓ ପବନର ବେଗ

ଜୀବନ ଚକ୍ରରେ ପଦ୍ମ ପାଖୁଡ଼ାରେ ଯୋଗ ଓ ପବନର ବେଗ

1 min
173

ଆଧାରରେ ମୂଳାଧାର ପଦ୍ମ ଚାରି ପାଖୁଡ଼ା ବ ଠାରୁ ସ ପର୍ଯ୍ୟନ୍ତ ଅଛି

ପଦ୍ମ ଛଅ ପାଖୁଡ଼ା ବ ଠାରୁ ଳ ପୁଣି ଲିଙ୍ଗ ସ୍ୱାଧିଷ୍ଠାନେ ବିଜେ କରିଛି।

ନାଭି ମଣିପୁର ପଦ୍ମ ଯେ ଦଶ ଡ ଠାରୁ ଫ ପର୍ଯ୍ୟନ୍ତ

ପଦ୍ମ ପାଖୁଡ଼ାରେ କ ଠାରୁ ଠ ହୃଦୟରେ ଅନାହତ।

କଣ୍ଠ ତୋ ବିଶୁଦ୍ଧ ପାଖୁଡ଼ା ଷୋହଳ ଅ ଠାରୁ ଅଃ ସ୍ଵରବର୍ଣ୍ଣ ମିଶି

ଦୁଇଟି ପାଖୁଡ଼ା ହ ଓ କ୍ଷ ଅଛି ଲଲାଟ ଆଜ୍ଞାରେ ପଶି।

ଭୂ କଟୀ ସ୍ଥିତେ ଭୂବ ତ ନାଭିରେ ହୃଦୟରେ ସ୍ୱ ଥାଏ

ଉରୁରେ ମହ ଗ୍ରୀବାରେ ଜନ ବେନି ଓଷ୍ଠେ ତପ ଥାଏ।

ସତ୍ୟ ମୁର୍ଦ୍ଧନୀରେ ସତ୍ୟ ସନାତନ ଏହା ସାତ ପ୍ରକାରର ଯୋଗ

ମଣିଷ ଶରୀରରେ ପବନର ବେଗ କିପରି ହେଉଛି ଆତ ଜାତ।

ପବନ ଦେବତା ଅଟଇ ଜୀବନ ସେହି ଯେ ଆମର ଆତ୍ମା

ତା ବିନା ସୃଷ୍ଟିର କଳନା ହୁଏନି ବେଗ କେତେ ତାର ଆସ ଜାଣିବା।

ଆସନରେ ବସିଲେ ଜ୍ଞାନ ସହିତରେ ବାର ଆଙ୍ଗୁଳି ବେଗରେ ପବନ ଚାଲେ

ଠିଆ ହେଲେ ଷୋଳ ଆଙ୍ଗୁଳି ହୁଅଇ ଚାଲିଲେ ବୋହଇ ଚବିଶ ଆଙ୍ଗୁଳି ବେଗେ।

କଥା ହେଲେ ବେଗ ଛତିଶି ଆଙ୍ଗୁଳି ନିଦ୍ରାରେ ଚାଳିଶି ଆଙ୍ଗୁଠି ହୁଅଇ

ଚଉରାଅଶୀ ଆଙ୍ଗୁଳି ସ୍ତ୍ରୀ ସଙ୍ଗେ ଥିଲେ ମୃତ୍ୟୁରେ ଶହେ କୋଡ଼ିଏ ବେଗେ ବୋହଇ।

କହେ ଅକିଞ୍ଚନ ଆହେ ମୋ ଜୀବନ ବୋହି ଯାଅ ତୁମେ ଶ୍ରୀହରି ପାଖେ

ସଂସାର ଜନ୍ମରେ କି ଲାଭ ମିଳିବ ଜୀବନ ଚକ୍ରରେ ପଦ୍ମ ପାଖୁଡ଼ାରେ ଯୋଗ ନ କଲେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍