STORYMIRROR

Mrunmayee Behera

Others

3  

Mrunmayee Behera

Others

ଜୀବନ ଚକି

ଜୀବନ ଚକି

1 min
134

କର୍ମର ଆୟତ୍ତେ ବନ୍ଧା ମୋ ଜୀବନ

ଭାଗ୍ୟ ଘୂରେ ଚକି ପ୍ରାୟ,

ତଥାପି ଆନନ୍ଦେ କରୁଥାଏ କର୍ମ

ସଂସାର ମୋହେ ହୃଦୟ ।


ବ୍ୟବଚ୍ଛେଦ କରେ ମନର ଯାତନା

ମୁଖେ ଫୁଟେ ମିଥ୍ୟା ହସ,

ମିଳୁ ପଛେ ଯେତେ ଦୁଃଖ ଅପ୍ରମିତ

ଓଠେ ପିଏ ଦୁଃଖ ବିଷ।


କରିବିନି କେବେ କିଛି ପ୍ରତିବାଦ

ନୀରବେ ସାଉଁଟି ମନ,

ଚକି ସାଥେ ପେଶି ସପନ ଆଖିର

ବିତାଇବି ବାକି ଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍