ଜୀବନ ଚକି
ଜୀବନ ଚକି
1 min
129
କର୍ମର ଆୟତ୍ତେ ବନ୍ଧା ମୋ ଜୀବନ
ଭାଗ୍ୟ ଘୂରେ ଚକି ପ୍ରାୟ,
ତଥାପି ଆନନ୍ଦେ କରୁଥାଏ କର୍ମ
ସଂସାର ମୋହେ ହୃଦୟ ।
ବ୍ୟବଚ୍ଛେଦ କରେ ମନର ଯାତନା
ମୁଖେ ଫୁଟେ ମିଥ୍ୟା ହସ,
ମିଳୁ ପଛେ ଯେତେ ଦୁଃଖ ଅପ୍ରମିତ
ଓଠେ ପିଏ ଦୁଃଖ ବିଷ।
କରିବିନି କେବେ କିଛି ପ୍ରତିବାଦ
ନୀରବେ ସାଉଁଟି ମନ,
ଚକି ସାଥେ ପେଶି ସପନ ଆଖିର
ବିତାଇବି ବାକି ଦିନ ।
