Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Others

4  

Sudipta Behera

Others

ଜୀବନ ବ୍ୟାକରଣ

ଜୀବନ ବ୍ୟାକରଣ

1 min
22.4K


କେବେ ଆନ୍ଦୋଳିତ

ଶବ୍ଦ ବ୍ୟାକରଣରେ

ପ୍ରତିପାଦିକ ପ୍ରତି ଶବ୍ଦରେ

ପ୍ରତି ଧ୍ବନିତ...

ଆଉ କେବେ

ହିଲ୍ଲୋଳିତ ତରଙ୍ଗରେ

ଦୋଳାୟିତ ହର୍ଷୋଲ୍ଲାସରେ l

ଦୟା କ୍ଷମା ଶାନ୍ତି

ପରିପୂର୍ଣ୍ଣ ବିଶେଷ୍ୟ ଗୁଣରେ

ସାହସିକତା ନିର୍ଭୀକତା

ଆଉ କେବେ

ପଳାତକ ବିଧେୟ ବିଶେଷଣ ସାଜି

ଯୁକ୍ତ ହୁଏ ସଂଯୋଜକ ଅବ୍ୟୟ ରେ l

କେବେ କେବେ ହଁ, ଆଜ୍ଞା

ଆସ୍ତି ସୂଚକ ସୂଚୀତ କରେ

ଜୀବନ ଦର୍ଶନ

ଆଉ କେବେ

ନାଁ ନାହିଁ ନାସ୍ତି ବାକ୍ଯ ରେ

ଆମନ୍ତ୍ରଣ କରେ

ଘନ ଘୋର ଯୁଦ୍ଧ l

ବିଶ୍ବାସ ର କ୍ରିୟା ସୂଚନା ରେ

ନିବିଡତା ଆହୁରି ଗଭୀର ହୁଏ

ଆଉ କେବେ କିଏ କାହିଁକି କଣ

ସନ୍ଦେହ ପ୍ରଶ୍ନ ଚିହ୍ନ ରେ

ଦୂରତା ର ଗାର ଟାଣେ

ଜୀବନ ପୃଷ୍ଠା ରେ l

ତୁମେ ଆଉ ମୁଁ ସମ୍ପର୍କରେ

ସେମାନେ କିନ୍ତୁ ପ୍ରଶ୍ନ ନେଇ

ସର୍ବ ନାମ ପିରାମିଡ୍ ତୋଳେ

ଆଉ କେବେ

ଶଙ୍ଖ ହୁଳହୁଳି ଧ୍ଵନ୍ୟାତ୍ମକ

ଅବ୍ୟୟ ରେ ନିଜକୁ

ସମର୍ପିତ କରେ... ପଦ୍ମ ପାଦରେ l



Rate this content
Log in