STORYMIRROR

Balaram Barik

Others

3  

Balaram Barik

Others

ଜୀବ ମାନେ ଯିବ

ଜୀବ ମାନେ ଯିବ

1 min
386


ଆରେ ହେ

ବେକାରଟାରେ ଆଣ୍ଟ ବାନ୍ଧୁଛୁ।

ମୋର ମୋର ସବୁ କହୁଛୁ।

ଦିନ ରାତି ତୁ ଲଢ଼ି ଲଢାଉଛୁ।


କି ଅବା ପାଇବରେ ଲାଭ ।

ଜୀଵ ମାନେ ଯିବ।


ଆରେ ହେ

ଭାଇ ତୁ ସକାଳରୁ ସଞ୍ଜ ବ୍ୟସ୍ତ।

ଅର୍ଥ ଯୋଗାଡେ ରହିଲୁ ନ୍ୟସ୍ତ।

ପରଧନକୁ ଲୁଟିବାରେ ହେଲୁ ଅଭ୍ୟସ୍ତ।


ସ୍ୱାର୍ଥ ପାଇଁ କରୁ ସବୁ ସମ୍ଭବ।

ଜୀଵ ମାନେ ଯିବ।


ଆରେ ହୋ

କେହି ରହିବେ ତ ଏଠି ନାହିଁ।

ମିଛେ ହେଉ ଖାଲି ଧଇଁ ସଇଁ ।

ଏ ମାଟି ଦେହ ମାଟିରେ ମିଶିବା ପାଇଁ।


କି ଦାସ କି ପ୍ରଭୁ, ଧନୀ ଓ ଗରିବ।

ଜୀଵ ମାନେ ଯିବ।


ଆରେ ହେ

ଜାଣ ଦୁର୍ଲଭ ଏ ମଣିଷ ଜୀବନ।

ବୁଝି ବିଚାରି କର ତୁ ଲଗନ।

ଦୁଃଖ ଫେଡ଼ି ରଖ ହସ ବଦନ।


ଏ ଶରୀର ଦିନେ ସାଯିବ ଶବ

ଜୀଵ ମାନେ ଯିବ।



Rate this content
Log in