STORYMIRROR

prajna paramita

Others

5.0  

prajna paramita

Others

ଜୀଅନ୍ତା ଶବ

ଜୀଅନ୍ତା ଶବ

1 min
7.5K


ଅକାଲୁଆ ପୁଣି ଜଡ଼ ଏ ଶରୀର

ଘା' ମାଡିଲାଣି ଖଟରେ ପଡି,

ମଶାର ଦଂଶନେ ଜ୍ୱଳାର ପ୍ରଭାବ

ଅବଶ ଦେହରେ ଯାଉଛି ବଢ଼ି ..।

ଜାଲିଜାଲି ଦିଶେ ଚକ୍ଷୁର ପରଳେ

ବଧିର ହେଲାଣି ଶୁଭୁନି କାନ,

ଜୀଅନ୍ତା ଶବର ଭାର ବହି ବହି

ବିଭ୍ରାନ୍ତ ହେଲାଣି ବାଚାଳ ମନ .. ।

କେତେ ଅରଜିଲି, କେତେ ମୁଁ ସଞ୍ଚିଲି

କଷଣ ସହିଛି ଜୀବନ ପାଇଁ,

ଅର୍ଥର ମୋହରେ ଧର୍ମକୁ ହେଜିଲି

ପାପ ଅରଜିଲି ଭୁଲିଣ ସାଇଁ .. ।

ଜନ୍ଦା,ପିମ୍ପୁଡିଙ୍କ ଖାଦ୍ୟ ଦ୍ରବ୍ୟ ସାଜି

ମୃତ୍ୟୁକୁ ଅପେକ୍ଷା କରିଛି ଆଜି,

ହସ୍ତ ମୋ ବଧିର, ଶିଥିଳ ରୁଧିର

ହାରି ମୁଁ ସାରିଛି, ଜିତିଲା ବାଜି .. ।

ହିଂସା କଲି କେତେ, ଦ୍ୱେଷ ବହି ଯେତେ

ସମ୍ପତି ଲୋଭରେ ଉନ୍ମତ୍ତ ହୋଇ,

ଯା ପାଇଁ ସଞ୍ଚିଲି, ପାପ ଅରଜିଲି

ଆଜି ନ ଆସନ୍ତି ପାଖକୁ କେହି .. ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍