ଜିବନ ଖରା ଛାଇ ଖେଳ
ଜିବନ ଖରା ଛାଇ ଖେଳ
1 min
138
ଏଇତ ଜୀବନ ଖରା ଛାଇ ଖେଳ
ନିମିଷେ ବଦଳି ଯାଏ
କେବେ ହସ ପୁଣି କେବେ ଲୁହ ଦେଇ
କେବେ ସେ ବିଦାୟ ନିଏ ।
ଆସିବା ବେଳ ତ ସମସ୍ତେ ଜାଣନ୍ତି
ଯିବାବେଳ କିଏ ଜାଣେ
କିଏ ଏ ସଂସାରୁ ପାପ ପୁଣି କିଏ
ପୁଣ୍ୟର ସଉଦା କିଣେ ।
ଶେଷ ଯାତ୍ରା ପାଇଁ ମଶାଣି ଭୂଇଁକୁ
ଚାରି କାନ୍ଧ ପଡ଼େ ଖୋଜା
କିଏ ଜାଣେ କାହାପାଇଁ ସ୍ୱର୍ଗ ଆଉ
କାପାଇଁ ନରକ ସଜା ।
ସବୁତ ନିଜର କରମର ଫଳ
ଭାଗ୍ୟକୁ ନିନ୍ଦିବା କାଇଁ
ଭାଗ୍ୟ ଗଢ଼ାହୋଏ କରମକୁ ନେଇ
ଏକଥା ଭୁଲିବା ନାହିଁ ।
