STORYMIRROR

Suresh chandra Padhy

Others

4  

Suresh chandra Padhy

Others

ଝୁରେ ରାଧା ରାଣୀ

ଝୁରେ ରାଧା ରାଣୀ

1 min
239


ତୁମେ ରାଗ ହେଲେ ମୁଁ ତୁମ ରାଗିଣୀ

ତୁମେ ହେଲେ କୃଷ୍ଣ ମୁଁ ରାଧା ରାଣୀ

ତୁମେ ଚାନ୍ଦ ହେଲେ ମୁଁ ତୁମ ଚାନ୍ଦିନି

ତୁମେ ପ୍ରେମ ହେଲେ ମୁଁ ପ୍ରେମ ବିରହୀଣୀ

ହେ କଳା ନାଗର ଝୁରେ ରାଧା ରାଣୀ ll


ତୁମ ପାଇଁ ପ୍ରଭୁ ଆଖି ବୁଜିଥିଲି

ତୁମ ଜନ୍ମ ଶୁଣି ଆଖି ଖୋଲି ଦେଲି

ସତୀ ଶିରୋମଣି ନୀତି ବୋଲାଇଲି

କଣା ମାଠିଆ ରେ ପାଣି ଆଣି ଥିଲି

ତୁମେ ଦିବା ହେଲେ ମୁଁ ତୁମ ରଜନୀ

ତୁମେ ନଦୀ ହେଲେ ମୁଁ ତୁମ ତରଣୀ

ହେ କଳା ନାଗର ଝୁରେ ରାଧା ରାଣୀ ll


ତୁମ ପାଇଁ କେତେ ନିନ୍ଦା ମୁଁ ସହିଲି

କୃଷ୍ଣ ନାମ କୁ ହୃଦେ ମୋ ଧରିଲି

ତୁମରି ପ୍ରେମରେ ଘୁଙ୍ଗୁର ବାନ୍ଧିଲି

ତୁମ ବଂଶୀ ସୁରେ ନୀତି ମୁଁ ନାଚିଲି

ତୁମେ ସ୍ୱର ହେଲେ ମୁଁ ତୁମର ବାଣୀ

ତୁମେ ଶବ୍ଦ ହେଲେ ମୁଁ ତୁମ ଲେଖନୀ

ହେ କଳା ନାଗର ଝୁରେ ରାଧା ରାଣୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍