STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଝୁରେ ଆଜି ଲତାଜୀଙ୍କୁ

ଝୁରେ ଆଜି ଲତାଜୀଙ୍କୁ

1 min
170

ହେ କିମ୍ବଦନ୍ତୀ ଗାୟିକା ତୁମକୁ କୋଟି ପ୍ରଣତି  

ତୁମ ପାଇଁ ରହିଛି ସଭିଙ୍କ ଭିତରେ ଅସୀମ ପ୍ରୀତି।

ସୁର ସଂଗୀତର ତୁମେ ସମ୍ରାଟ ହୋଇ ଥିଲ 

ତୁମେ ଦୁନିଆରୁ ବିଦାୟ ନେଇ ସଭିଙ୍କୁ କନ୍ଦାଇ ଦେଲ।

ଆଜି ସାରା ବିଶ୍ୱ ତୁମକୁ ଝୁରୁଛି 

ତୁମକୁ ହରାଇ ଏକ ରତ୍ନ ହରାଇଛି।

ତୁମେ ଛତିଶିଟି ଭାଷାରେ ଗୀତ ଗାଇ ଥିଲ 

ଦେଶ ଭକ୍ତି ଗୀତ ଗାଇ ତୁମେ ଦେଶ

ପ୍ରେମକୁ ଜାଗ୍ରତ କରିଲ।

ଆମ ମାତୃଭାଷା ଓଡିଆରେ ତୁମେ 

ଏଇ ଚୁନା ଚୁନା ତାରା ଫୁଲ ଗୀତ ଗାଇଥିଲ 

ତୁମେ ଆଜୀବନ ସଂଗୀତକୁ ତୁମ ସାଧନା କରିଲ।

ମା ସରସ୍ୱତୀଙ୍କ ଅଂଶରୁ ତୁମେ ଜନ୍ମ ନେଇ ଥିଲ 

ତୁମେ ମହାନ କଣ୍ଠ ଶିଳ୍ପୀ ରୂପେ ପରିଚିତ ହେଲ।

ବୟାନବେ ବର୍ଷ ତୁମେ ରହିଲ ଏଇ ଧରାରେ 

ମାଘ ମାସ ଷଷ୍ଠୀ ରେ ବିଦାୟ ନେଲ ଅମୃତ ମୁହୂର୍ତ୍ତରେ।

ଆଜି ସାରା ଦେଶ ତୁମ ଗୀତକୁ ମନେ ପକାଉଛି 

କୋକିଳ କଣ୍ଠିଙ୍କ କୋକିଳ ସ୍ୱରକୁ ହୃଦୟେ ରଖିଛି।

ତୁମ ସଂଗୀତକୁ ନେଇ ଜୀବନ ସାରା ଆଗକୁ ଗଲ 

ସେଥି ପାଇଁ ବୋଧେ ତୁମେ ବ୍ରହ୍ମଚାରିଣୀ ହୋଇ ଆଜୀବନ ରହିଲ।

ତୁମ ଦିବ୍ୟ ମୁଖ ଦର୍ଶନ କଲେ ଶାନ୍ତି ମିଳୁଥିଲା 

ତୁମ ଗୀତର ସାତ ସୁରରେ ସବୁ ଦୁଃଖ ଚାଲି ଯାଉଥିଲା।

ତୁମେ ଅମର ହୋଇ ଯୁଗ ଯୁଗ ପାଇଁ ରହିବ 

ହେ ମହାନ କଣ୍ଠ ଶିଳ୍ପୀ ତୁମରି ଆଶିଷ ଆମକୁ ଦେଉଥିବ।

ତୁମେ ଭାରତ ରତ୍ନ ପଦ୍ମବିଭୂଷଣ ଭଳି କେତେ ପୁରସ୍କାର ପାଇଅଛ 

ତୁମରି ପ୍ରତିଭାକୁ ଆଗକୁ ନେଇ ସଦା ଯଶସ୍ୱୀ ହୋଇ ଅଛ।

ତୁମ ପାଇଁ ମୋ ମନ ପ୍ରାଣ ଆଜି ଝୁରୁଛି 

ତୁମ ପରି ମହାନ କଳାକାରଙ୍କୁ ପାଇ ଭାରତ ମାଟି ଧନ୍ୟ ହୋଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍