ଝୁମୁରୀ ପାଇଁକି ଗୀତ
ଝୁମୁରୀ ପାଇଁକି ଗୀତ
ଟିପି ଟିପି ସାଜେ ମଥାରେ ଚନ୍ଦନ
ପାନଖିଆ ପାଟି ନାଲି
ହସହସ ହୋଇ ଟିକି ସୁନାଝିଅ
ଝୁମୁରୀ ଆସୁଛି ଚାଲି
ଦେଖରେ ତାହାକୁ ଦେଖ
ଦେଖି ଦେଇ ତାକୁ ତାହାରି ନାଆଁରେ
ଗୀତଟିଏ ଆଗ ଲେଖ ।।
ଚାଲିଲେ ବାଜୁଛି ରୁମ୍ ଝୁମ୍ ଝୁମ୍
ପାଦର ପାଉଁଜି ତା'ର
ଆହା କି ସୁନ୍ଦର ଦିଶୁଛି ତା' ପାଦେ
ଅଳତାର ସରୁ ଗାର
ସତେକି ସେ ଗୋଟେ ପରୀ
ଦେଖ ତାକୁ ଦେଖ ବୁଲୁଛି ସେ ଆଜି
ତା'ର ସାଙ୍ଗ ସାଥି ଧରି ।।
p> ପାଟିଲଗା କଥା କହି କହି ସିଏ
ସଭିଙ୍କୁ କରୁଛି ବଶ
ଲାଲ୍ ଟୁକ୍ ଟୁକ୍ ଓଠରୁ ତାହାର
ଝରୁଛି ତ ମିଠା ହସ
ଖେଳୁଛି ସେ ଦୋଳି ଖେଳ
ଦେଖି ଦେଖି ତାକୁ ଘରଲୋକଙ୍କର
ବିତି ଯାଉଅଛି ବେଳ ।।
ଏମିତିକା ଝିଅ କରିଛି କରିବ
ଘରକୁ ସରଗପୁର
ଯେତେ ଦୁଃଖ ଶୋକ ଅଭାବ କଷଣ
ତା' ପାଇଁ ହୋଇବ ଦୂର
ତାକୁ ଥରେ କୋଳେ ନିଅ
ହେବ ସିଏ ବଡ ମଥାରେ ତାହାର
ଆଶିଷ ଅଜାଡି ଦିଅ ।।