ଝରକାର ଆରପାଖେ
ଝରକାର ଆରପାଖେ
1 min
128
ଝରକାର ଆରପାଖେ ନାଚୁଛି ଆଲୋକ
ଗୋଟେ ନୃତ୍ଯାଙ୍ଗନା ପରି
ଗୋଟେ ସତ୍ଯର କୁହୁକ
ଯିଏ ଆକ୍ତାମାକ୍ତା କରେ ପ୍ରତିକ୍ଷଣ
ହୃଦୟର କାମନାକୁ ଦୋହଲାଇ
ଅନନ୍ତ ଶାନ୍ତିରେ ପୋତିବାକୁ।
ଦେଖ !
ଝରକା ଆରପାଖରେ ସିଏ ବସିଲାଣି
ଗାଉଛି ହୃଦୟର ବୀଣାକୁ
ସମର୍ପି ଦେଉଛି ତନୁମନ
ମିଶିବାକୁ ଡହଳ ବିକଳ।
ମୋର ଝରକା ଖୋଲିବା ନିଶା ବଢି଼ ଯାଇଣି
ହୃଦୟ ଖୋଲି ଦେଖିବାକୁ
କିଛି କହିବାର ନାହିଁ
ଖାଲି ଶୁଣିବି ଚଢେଇଙ୍କ କିଚିରି ମିଚିରି
ନାଚୁଥିବା ବନଭୂମି ଓ ଦୂର ଦିଗବଳୟକୁ।
ଝରକା !
ତୋତେ କୋଟିଏ ପ୍ରଣାମ
କେଉଁ ପୂଣ୍ଣ୍ଯ ବଳେ ଜନ୍ମ ହୋଇ
ସୁଖ ଓ ସନ୍ତୋଷ ଦେଉଛୁ
ଦହଗଞ୍ଜ ନୁହେଁ
ଗୋଟେ ଅପାର ସତ୍ଯର କୁହୁକ
ସାମ୍ନା କରିବାକୁ।
