ଝରକା
ଝରକା
1 min
224
ଝରକା ଯଦି ଖୋଲିଯାଏ
ପଶି ଆସିବ କୋହଲା ପବନ
ଥଣ୍ତା ହେଉକି ଗରମ
ଛୁଇଁଯାଏ ଆମ ଦେହରେ
ତାଳୁରୁ ତଳିପାଯାଏ ।
ତା ପଛେ ପଛେ
ଚେନାଏ ଆଲୁଅ
ଝାପସା ଝାପସା ଦେଖିହେବ
କିଏ କେତେୱସଞ୍ଜତ
ନହେଲେ ସଜାଡି ନେବା
ପରସ୍ପର ମଧ୍ଯରେ ।
ନିଆଁ ଭଳି ଡରି ଯାଉଥିବା
ତୁଣ୍ତ ବାଇଦକୁ ଡରିମରି
ଜମାରୁ ଆମେ ରାଗିବାନି
କି ତାକୁ ଭାଙ୍ଗିବାନି
ତାର ବା ଦୋଷ କଣ ?
ଯଦି ପାରୁଛ ନିଜକୁ ନିଜେ ବୁଝ
ଏବଂ ଅନ୍ୟକୁ ମଧ୍ଯ ବୁଝାଅ
କାହା ଘରେ ଝରକା ନାହିଁ
ସବୁ ଦିନେ ସବୁ ବେଳେ ବନ୍ଦ ରହିବନି
ଦିନେ ନା ଦିନେ ଖୋଲିବ
ନହେଲେ କେତେ ଦିନ ବଞ୍ଚିବା
ଏମିତି ଝରକା ବନ୍ଦ କରି ।
