STORYMIRROR

Shashanka sekhar Ray

Others

4  

Shashanka sekhar Ray

Others

ଝରିପଡୁଥିବାଲୁହ

ଝରିପଡୁଥିବାଲୁହ

1 min
129

କେଉଁ ଏକ ଦୁର୍ବଳ ମୂହୂର୍ତ୍ତରେ 

ତୁମେ ବାନ୍ଧି ଦେଇଥିଲ

ସ୍ଵପ୍ନର ଅନ୍ଧପୁଟୁଳି ମୋ ଆଖି ପତାରେ

ସେଦିନୁ ଖୋଜୁଛି ମୁଁ ତୁମକୁ

ତୁମେ କିନ୍ତୁ ଧରା ଦେଉ ନଥିଲ

ମୋ ହାତ ପାହାନ୍ତାରେ

ଏଠି ହାତ ଲମ୍ଵାଇଲେ ତ୍ ଛୁଇଁ ହୁଏନି ଆକାଶକୁ

ଉପରକୁ ଉଠିବାକୁ ପାଦ ଥାପିଲେ

ଧସିଯାଏ ମାଟି ଅତଡା ତଳକୁ ।


ତଥାପି ଆଶା ଥିଲା ମୋର ଭାରି ତୁମପରେ

କାଳେ ବଦଳାଇ ଦେବ ତୁମେ ତୁମ ଗତିପଥ

କାହିଁକିନା ତୁମେ ନଈ

ଦିନେ ନା ଦିନେ ଯାଇ ମିଶିବ

ନିଶ୍ଚୟ କେଉଁ ସାଗରେ ।


ତୁମ ମରୁଭୂମିରେ ମୁଁ ଏକ ତୃଷାର୍ତ୍ତ ପଥିକ

ତତଲା ବାଲିରେ ଚାଲି ଚାଲି

ପାଦ ଦୁଇଟି କ୍ଲାନ୍ତ ମୋର

କିନ୍ତୁ ତୁମେ ଯେ ସପ୍ତଫେଣୀ

କେମିତି ବା ଦେଇ ପାରିଥାନ୍ତ ମୋତେ

ତୁମେ ତୁମ ଛାଇର ଠିକଣା

କହିଲ ବା ଟିକେ ଦେଖି ?



Rate this content
Log in