STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Others

3  

ସୌମ୍ଯ ରଞ୍ଜନ ମହାପାତ୍ର

Others

ଝରି ଝରିଯାଏ ଝରଣା

ଝରି ଝରିଯାଏ ଝରଣା

1 min
473

କୁଳୁକୁଳୁ ବହିଯାଏ ଝରଣା ଜଳ,

ସୁଲୁସୁଲୁ ବହୁଥାଏ ମୃଦୁ ଅନିଳ।

ଝରି ଝରି ଝରିଯାଏ ସେ ନିର୍ଝରିଣୀ,

ବୁଲିବୁଲି କହୁଥାଏ ନିଜ କାହାଣୀ।।

କୁନା, ମୁନା, ଟୁନା ତିନିହେଁ ସାଙ୍ଗ ହେଇ,

ବାହାରିଲେ ସେଇଠି ହକାଳିବା ପାଇଁ।

ପାଣି ଫୋପଡ଼ା ଫୋପଡ଼ି କି ମଜା ସତେ,

ଲାଗୁଥାଏ ସରଗଟା ହାତ ପାହାନ୍ତେ ।।

ଆଖି ଲୁହ ଧୋଇଯାଏ ଏଇ ନୀରରେ,

ମନର ଦୁଃଖ ସୁଖ ନ ଜଣାପଡ଼େରେ।

ଖରାଦିନେ ଲାଗଇ ଏ ଅମରାବତୀ,

ପାଣି ଖେଳେ ସଭିଏଁ ଯା'ନ୍ତି ପରା ମାତି।।

ବହି ଆସୁଥାଏ ଗଛ ବୃଛର ତଳ,

ସଙ୍ଗେ ଆଣଇ ଔଷଧୀୟ ମିଶା ଜଳ।

ମଜା ସହ ଦେହ ରହିଥାଏରେ ଭଲ,

ସରି ନହେବ ମଡର୍ଣ୍ଣ ସୁମିଙ୍ଗପୁଲ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍