ଝରା ଶ୍ରାବଣ
ଝରା ଶ୍ରାବଣ
1 min
148
ଉତ୍କଳୀୟ ଋତୁ ବରଷାର କାଳେ,
ଝରା ଶ୍ରାବଣର ବର୍ଷା
ଚତୁର୍ମାସ୍ୟା ମଧ୍ୟେ ଧାରା ଶିରାବଣ,
ସୂରୁଜ କରୁଛି ଈର୍ଷା ।
ମେଘ ସବାରୀରେ ଓହ୍ଲାଇ ଆସିଛି,
କଳା ବାଦଲର ଝରା ଶ୍ରାବଣ,
ହସିଉଠେ ଧରା ଫୁଲିଉଠେ ସିନ୍ଧୁ,
ହଟିଲା ନିଦାଘ କଷଣ ।
ମେଘୁଆ ପାଗରେ ଚାଷୀ ଭାଇଟିଏ
ଧାଏଁ ତାର କ୍ଷେତ ବାଡ଼ିକୁ,
ବରଷ ଯାକର ଖୋରାକ ଯୋଗାଏ,
ମେଣ୍ଟିଯାଏ ରାଜ କରକୁ ।
ଏହି ଶ୍ରାବଣରେ ବହେଯେ ଝରଣା
ପାହାଡ଼ ପଡ଼ିଆ ତାର ଅଗଣା
ତୁହାକୁ ତୁହା ବରଷା ଧାରାରେl
ବିଞ୍ଚି ଦେଇଯାଏ ସବୁଜ ବିଛଣା ।
