STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଝରା ଶେଫାଳି

ଝରା ଶେଫାଳି

1 min
155

ମାଗିଥିଲି ଦିନେ ଈଶ୍ୱରଙ୍କ ପାଖେ

ଜନମ କ୍ଷଣକ ପାଇଁ

ପରହିତେ ମୁହିଁ ଲାଗିବି କାମରେ

ସେ ପାଇଁ ଆସିଛି ଧାଇଁ।୧


ମୋର ଇଛା ଆଶା ଈଶ୍ୱର ଶୁଣିକି

ତଥାସ୍ତୁ କରିକି ଦିନେ

ଧନ୍ୟ କରିଦେଲେ ଝରା ଶେଫାଳି ମୁଁ

ନିତ୍ୟ ହିଁ ଯାଉଛି ଧ୍ୟାନେ।୨।


ରାତ୍ରିରେ ଫୁଟିକି ମଉଳି ଯାଉଛି

ସୌରଭ ଚୌଦିଗେ ବୁଣି

ନୈଶଚରଙ୍କର ମନକୁ କିଣୁଛି

ଆନନ୍ଦେ ହେଉଛି ଗୁଣି।୩


ଅତି ଛୋଟ ଫୁଲ ମୁହିଁ ସଂସାରରେ

ମୋ' ପରି ଅଛି କେ' କୁହ

ମୋ'କର୍ମର ଫଳ ଭୋଗି ମୁଁ କୃତାର୍ଥ

ବୁହାଏ ନା କେବେ ଲୁହ।୪


ପ୍ରତିକ୍ଷଣ ମୁହିଁ ନିଜକୁ ହଜାଏ

ସୌରଭ ବାଣ୍ଟିବା ପାଇଁ

ଭଲପାଉ କିଏ ଅଥବା ନ କରୁ

ସେ' ପାଇଁ ଭୃକ୍ଷେପ ନାହିଁ।୫


ଜଗତ କଲ୍ୟାଣ କରୁଛି ବୋଲି ମୁଁ

ହୃଦୟେ ସଦା ଭାବୁଛି

ହୀନ ଭାବିବନି ହେ' ମର୍ତ୍ତ୍ୟ ମାନବ

ଯୋଗାଇବି ବାଛିବାଛି।୬


ଯଦି ହୃଦୟରେ କାହାର ରହିଛି

ମୋ' ଉପରେ ନୀଚ ଭାବ

ରାତ୍ରିରେ ଫୁଟିବା ନିଶା ତ ମୋହର

କ୍ଷମାଦେବ ଯେତେ ଜୀବ।୭


ନିଜ କ୍ଷମତାରେ ବାସ ଚହଟାଏ

ଆକାଶେ ସୂର୍ଯ୍ୟଙ୍କ ପରି

ଖଦ୍ୟୋତିକା ଯେହ୍ନେ ନିଜର ଶକ୍ତିରେ

ଆଲୋକ ବୁଣୁଛି ଧରି।୮


ଯାହାକୁ ଯେମିତି ଦଇବ ଗଢି଼ଛି

ତାକୁ କେ'କରିବ ଆନ

ସୁନ୍ଦର ସୃଷ୍ଠିରେ ନିଜର ସୌରଭ

ଦେଇ ହୋଇଯାଅ ଧନ୍ୟ।୯


ପୂଣ୍ୟ ଅଧିକାରୀ ସେହି ହୋଇଥାଏ

ଯିଏ ପର ପାଇଁ କାମ

ଛୋଟ ହେଲେ ହେଉ ସାଧ୍ୟ ମତେ କରେ

ମନକୁ ନ କରି ଭ୍ରମ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍