STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ଝୋଟି

ଝୋଟି

1 min
230

କି ସୁନ୍ଦର ଦିଶେ

ଝୋଟି ଚିତା ସତେେ

ପଡିଲେ ମାଟି କାନ୍ଥରେେ

ଏବେତ ସପନ ହେଲାଣି ତାହା

ଦିଶୁ ନାହିଁ ଗାଆଁ ମୁୁଣ୍ତରେ ା


ଗୋବର ରଙ୍ଗ ମାଟିରେ ଲିପୁଥିିଲେ

ଝିଅ ବୋହୁ ସବୁ

ଆସୁଥିଲା ଯେବେ ପରବ

ତାହା ଥିଲା ଆମ ଓଡିଆ ଘରର ଗରବ ା


ହସି ଉଠୁଥିଲା ଚାଷୀର ଖଳା

ମାଆ ଲକ୍ଷ୍ମୀଙ୍କ ଆଗମନରେ

ଝୋଟି ଚିତାରେ ହେଉଥିଲା ଖଳା

କି ସୁନ୍ଦର ମଗୁୁଶୁରରେେ ାା


ଚଉଁରା ମୂଳରେ

ପଂଚୁ ମୁରୁଜର ଝୋଟି

ଦିଶୁଥିଲା ଭାରିି ସୁନ୍ଦର

ତାହାରିି ପାଖରେ ସଞ୍ଜ ଦୀପଟିଏ ଜାଳି

 ମୁଣ୍ଡିଆ ମାରଇ ବୋହୁଟିଏ ାା


ଏବେ ତ ସହରେ ଲଟକି ଯାଇଛି

ଘର ସଜାଇବା ପାଇଁକି ାାା


ଝୋଟି ଚିତା ଖାଲି ମନ ଲୋଭା ନୁହଁ

ଭକ୍ତି ଭରା ଦିଏ ମନ

ଆମ ଓଡିିଆ ସଂସ୍କୃତିି

ପରଂପରା ତାହା

ଓଡିଆଙ୍କ ସ୍ୱାଭିମାନ ାାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍