STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଝୋଟି ପକା କାନ୍ଥ

ଝୋଟି ପକା କାନ୍ଥ

1 min
284

ପୁଟି ପକା କାନ୍ଥର ଭିଡ଼ରେ

ଆଉ ଶୁଭେନି ସେ ଝୋଟିର ଉଲ୍ଲାସ

ବାସେନି ସେ ଗୋମୟର ବାସ

କି ଦିଶେନି ସେ ସଚିତ୍ର ଉତ୍ସବ।


ମସୃଣ ପୃଷ୍ଠରେ ତାର

ଲାଗେନାହିଁ କେଉଁ ହଳଦୀମଖା ହାତର

ସାତ୍ତ୍ଵିକ ଓ କୋମଳ ପରଶ

ଲାଗେ ନାହିଁ ପରସ୍ତ ପରେ ପରସ୍ତ

କେତେ ଓଷା ବ୍ରତର ପ୍ରଲେପ।


ପଡେନାହିଁ ଲକ୍ଷ୍ମୀ ପାଦ

ପଦ୍ମ ଧରି ଆସେ ନାହିଁ ଗଜ

ନା ଥାଏ ଧାନସୀସାର ପଟୁଆର

ନା ମୟୂର ପୁଚ୍ଛର ସମ୍ଭାର

ବାସ୍ ଏକ ଶୂନ୍ୟ କାଗଜରେ

ଦିଶେ କିଛି ଅହଙ୍କାରର ଦାଗ। 


ଆଧୁନିକ ଅନେକ ସୌଖୀନ ରଙ୍ଗରେ

ଝଲସି ଉଠେ ତା ତନୁ

ଏକ ରାଜକୀୟ ଦାମ୍ଭିକତାରେ

ହଜିଯାଏ ଆଶ୍ୱସ୍ତିର ସ୍ନିଗ୍ଧ ଅନୁଭବ

ସେପଟେ ଭଙ୍ଗା ଛପର ତଳେ

ଭିଜୁଥାଏ ଅବଶୋଶର ଲୁହରେ

ସେଦିନର ସେ ନିରୀହ ଓ ନିର୍ମାୟା

ଝୋଟି ପକା କାନ୍ଥ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍