STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ଜହ୍ନରାତି

ଜହ୍ନରାତି

1 min
208

ପୂର୍ଣିମାର କୋଳେ ଦେଖ ଚନ୍ଦ୍ରର କିରଣ,

ନବବାମା କୁଳଙ୍କର କଳଙ୍କ କାରଣ । 


ଅବଗୁଣ୍ଠନ ଫିିଟାଇ ନବୀନ ଯୁବତୀ,

କି ବିଚାରି ଚନ୍ଦ୍ର ପ୍ରେମେ ହେଲା ମନ୍ଦମତି । 


ବାଲ୍ୟକାଳୁ ମାମୁଁ ରୂପେ ଯାଙ୍କୁ ମାନ୍ୟ କଲା,

ମାମୁଁକୁ ରମଣ ବିଧି ସଂଗତ ନୋହିଲା । 


ବିଭାବରୀ କାଳେ ଯେଣୁ ଶଶୀର ଆଗତ,

ବିଚାରିଲେ ବିଭାବରୀ ମାଇଁ ଅଟେ ସତ ।


ଅବନୀକୁ ଯେଣୁ ଆମ୍ଭେ ମାତା ସମ୍ବୋଧିଲୁ,

ଚନ୍ଦ୍ରକୁ ମାତୁଳ କହି ପ୍ରତ୍ୟକ୍ଷ ପାଇଲୁ । 


ମେଦିନୀ ସଂଗତେ ଚନ୍ଦ୍ର ଯେଣୁ ଭଗ୍ନୀଭ୍ରାତ,

ରଜନୀ ମାତୁଳି ରୂପେ ହୋଇଲା ବିଖ୍ୟାତ । 


ମାତୁଳ ମାତୁଳିଙ୍କର ମିଳନର କାଳେ,

ଦର୍ଶନୀୟ ନୁହଇ ତା ଗୃହ ଅନ୍ତରାଳେ । 



Rate this content
Log in