ଜହ୍ନ
ଜହ୍ନ
1 min
200
ଜହ୍ନ, ତୁ ନେଇଯାଉ କେମିତି କେତେବେଳେ କା ମନ
ତତେ ଦେଖିବାକୁ ଥରେ କିଏ ହୁଏ ପୁଣି ଏଡିକି ଉଚ୍ଛନ୍ନ
ତୁ ପୂର୍ଣ୍ଣମୀର ଜହ୍ନ ଅମାବାସ୍ୟାରେ ନଥାଏ ତୋ ଚିହ୍ନ
ତଥାପି ବୁଝିଯାଏ ତୋ ନାଆଁ ଶୁଣି ଅଝଟ ଶିଶୁର ମନ
ତୋ ନାମରେ ଏତେ ଦହନ କମ୍ପନ ସମ୍ବେଦନ
ସହୁଛୁ କେମିତି ତୁ କିଏ ଯେବେ କହେ ଅମାନିଆ ଜହ୍ନ
ଅବା ନୀଳକଇଁ ନାଆଁ ସାଥେ କଳଙ୍କର ଉପକଥା ମାନ
ସତରେ ଯିଏ ଯାହା କହୁ କେବଳ ଏକମାତ୍ର ସୁନାଧନ ରୂପାଜହ୍ନ l
