STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ଜହ୍ନ

ଜହ୍ନ

1 min
259


ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ 

ନିଳାଭ ଗଗନେ ରହି

ବ‌ଉଦ କୋଳୁ ବିତରି ଜ୍ୟୋସ୍ନା

ଉଜ୍ଜ୍ବଳ କର ଏ ମହି।


ବିଭାବରୀ କୋଳେ ତାରକା ମେଳେ

ଖେଳୁଥାଅ ଲୁଚକାଳି

ଅପରୂପ ସେ କମନୀୟ ରୂପ

ଅନ୍ଧାରେ ଉଠ‌ଇ ଝଳି।


ଶାଶ୍ଵତ ପ୍ରେମର ପ୍ରତୀକ ସାଜି

କୁମୁଦକୁ ଚାହିଁ ଥାଅ

ମିଳନ ଆଶାରେ ଦୂରେ ଥାଇ ତା'

ସୌନ୍ଦର୍ଯ୍ୟ ନିହାରୁ ଥାଅ।


ଶିଶୁ ସନ୍ତାନ ଓଠେ ହସ ଦେଇ

କେତେ ଆନନ୍ଦିତ ହୁଅ

ମା'ର ମଧୁର ଲୋରୀ ଶୁଣି ଦେଇ

ଖିଲି ଖିଲି ହସୁଥାଅ।


ଗୋଟିଏ ରୂପେ ନ ଦେଖନ୍ତି କେହି

ବଢୁଥାଅ ଛିଡୁଥାଅ

ତଥାପି କବିର କଳ୍ପନାରେ ତୁମେ

ଉଜ୍ଜିବିତ ରହିଥାଅ।


ଜହ୍ନ ଗୋ ତୁମେ କୁଆଁରୀ କନ୍ୟାର

ସାଜିଛି ମନର ମିତ

ତୁମରି ଶୋଭାରେ ଦେଖୁଥାଏ ସେ

ସୁନେଲି ତା' ଭବିଷ୍ୟତ।


ଶୁକ୍ଳପକ୍ଷର ତୋଫା ଚାନ୍ଦିନୀରେ

ତୁମ କମନୀୟ କାନ୍ତି

ପ୍ରଜ୍ଜ୍ଵଳିତ କରି ଆଶାର ଦୀପ

ମନରେ ଭର‌ଇ ଶାନ୍ତି।


ଶରତରେ ତବ ଶୁଭ୍ରତା ଦେଖି

ମଧୁସିକ୍ତ ହୁଏ ଧରା

ନଭ ମଣ୍ଡଳରେ ନକ୍ଷତ୍ର ଯୁକ୍ତେ

ଛାୟା ସୃଷ୍ଟି କରେ ପରା।


କହିବ ଗୋ ଇନ୍ଦୁ କି ତପର ଫଳେ

ପାଇଲ ଏପରି ବର

ଶୋଭା ବର୍ଦ୍ଧନ ପାଇଁ ମସ୍ତକରେ

ରହିଲ ଶଙ୍କରଙ୍କର।


କି ଉପମା ଦେଇ ବର୍ଣ୍ଣିବି ତବ

ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ

ତୁମେ ତ ସାଜିଛି ସୌର ମଣ୍ଡଳେ

ନକ୍ଷତ୍ର ଯେ ଅଦ୍ୱିତୀୟ।


Rate this content
Log in