Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Others

3  

Anita Dash

Others

ଜହ୍ନ

ଜହ୍ନ

1 min
182



ଜହ୍ନଗୋ!

ତୁମେ ନିଶୀଥିନୀ ମାଥେ ହୀରକ କୁଙ୍କୁମ ବିନ୍ଦୁ,

ତୁମେ ଜୋଛନାରେ ଭରା ସ୍ନିଗ୍ଧ ଶୀତଳ ସିନ୍ଧୁ।


ଶୁକ୍ଳପକ୍ଷେ ତାରା ସହଚରୀ ମେଳେ

ରୂପସୀ ରାଜ କୁମାରୀ,

ତେଜସ୍ୱିନୀ! ତୁମ ଶୁଭ ଆଲୋକରେ

ତମସାକୁ ନିଅ ହରି ।


ଚକୋର ମନର ସ୍ବପ୍ନ ତୁମେଗୋ

କୁମୁଦର ପ୍ରାଣ ବନ୍ଧୁ,

ପ୍ରେମୀ ଭାବୁକର ଅଶାର ପ୍ରତୀକ

ବିରହୀର କେନ୍ଦ୍ରବିନ୍ଦୁ।

ତୁମେ ଜୋଛନାରେ ଭରା ସ୍ନିଗ୍ଧ ଶୀତଳ ସିନ୍ଧୁ।


ବଦନରେ ଅଙ୍କା କାଳିମାର ଟୀକା

ସତେ କିବା ତିଳ ଚିହ୍ନ ,

ସନ୍ଦର୍ଶନେ! ଜନ-ମନ ହରିନିଏ,

ସୁନ୍ଦର ପୁନେଇଁ ଜହ୍ନ।


ତୁମେ ନିଶୀଥିନୀ ମାଥେ ହୀରକ କୁଙ୍କୁମ ବିନ୍ଦୁ,

ତୁମେ ଜୋଛନାରେ ଭରା ସ୍ନିଗ୍ଧ ଶୀତଳ ସିନ୍ଧୁ।




Rate this content
Log in